ଓଡ଼ିଶାରୁ ୩.୮୬ କୋଟି ନଗଦ, ୧.୬୪ ଲକ୍ଷ ଲିଟର ମଦ ଜବତ

zisanmohammad
0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩.୮୬ କୋଟି ନଗଦ ଟଙ୍କା ଓ ୧.୬୪ ଲକ୍ଷ ଲିଟର ମଦ (ଯାହାର ମୁଲ୍ୟ ୪.୧୯ କୋଟି ଟଙ୍କା) ଜବତ କରାଯାଇଛି। ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ଜବତ ହୋଇଥିବା ଅର୍ଥରାଶି ଓ ମଦର ପରିମାଣ ଅଧିକ ଥିବା ନିର୍ବାଚନ କମିସନ୍‌ଙ୍କ ତଥ୍ୟରୁ ଜଣାପଡ଼ିଛି।୨୦୧୪ ସାଧାରଣ ନିର୍ବାଚନରେ ନଗଦ ୧.୨୫ କୋଟି ଟଙ୍କା ଜବତ ହୋଇଥିବା ବେଳେ ୧.୫୪ ଲକ୍ଷ ଲିଟର ମଦ ଜବତ କରାଯାଇଥିଲା। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୦.୧୩ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ସହ ସମୁଦାୟ ଜବତ ହୋଇଥିବା ଅର୍ଥ ରାଶିର ପରିମାଣ ହେଉଛି ୮.୧୮ କୋଟି ଟଙ୍କା। ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ କୁହାଯାଇଛି ଯେ ପର୍ଯ୍ୟବେକ୍ଷକମାନଙ୍କ ତତ୍ପରତା ଯୋଗୁ ନଗଦ ଟଙ୍କା ବହୁ ପରିମାଣରେ ଜବତ ହୋଇଛି। ସୂଚନାଯୋଗ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୩୬.୭୦ କୋଟି ନଗଦ ଟଙ୍କା ଜବତ କରାଯାଇଛି।



from ଦେଶ- ବିଦେଶ – Sambad http://bit.ly/2LQ2VMS

Post a Comment

0Comments
Post a Comment (0)