ଗ୍ଲାସ୍‌ଗୋରେ ଟିମ୍‌ ‘୮୩’ର ସୁଟିଂ

zisanmohammad
0

ନୂଆଦିଲ୍ଲୀ: ୧୯୮୩ ବିଶ୍ବ ବିଜେତା ଭାରତୀୟ କ୍ରିକେଟ୍‌ ଦଳ ଉପରେ ଅଧାରିତ କବିର ଖାନ୍‌ଙ୍କ ନିର୍ଦେଶିତ ସିନେମା ‘୮୩’ର ସୁଟିଂ ଗ୍ଲାସ୍‌ଗୋରେ ଅନୁଷ୍ଠିତ ହେବ। ଏଥି ପାଇଁ ସିନେମା ନିର୍ମାତା ପ୍ରସ୍ତୁତ ହେଉଛି। ଏହି ସିନେମାର ମୁଖ୍ୟ ଭୂମିକାରେ ରହିଛନ୍ତି ରଣବୀର କପୁର। ‌ସେ ଅଧିନାୟକ କପିଳ ଦେବଙ୍କର ଭୂମିକା ନେବେ। ସୟଦ୍ କିର୍ମାନୀଙ୍କ ଭୂମିକା ଲୋକପ୍ରିୟ ହାସ୍ୟଭିନେତା ସାହିଲ ଖଟ୍ଟର ତୁଲାଇବେ। ରଣବୀର ନିଜର ଭୂମିକାକୁ ସହଜ କରିବା ଲାଗି କପିଳଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ଜୁନ୍ ୫ରେ ଏହି ସିନେମାର ସୁଟିଂ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋରେ ଆରମ୍ଭ ହେବ। ଆସନ୍ତା ବର୍ଷ ଏପ୍ରିଲ ୧୦ରେ ପରଦାକୁ ଆସିବାର ସମ୍ଭାବନା ରହିଛି।



from ଖେଳ – Sambad http://bit.ly/2VVYQv6

Post a Comment

0Comments
Post a Comment (0)