ଇଂଲଣ୍ଡ ଦଳରେ ଆର୍ଚର ଓ ଡସନ୍‌; ୱିଲି, ଡେନ୍‌ଲି ବଞ୍ଚିତ

zisanmohammad
0

ଲଣ୍ଡନ: ବିଶ୍ବକପ୍‌ ଦଳରେ ଇଂଲଣ୍ଡ୍‌ କିଛିଟା ପରିବର୍ତନ କରିଛି। ଦ୍ରୁତ ବୋଲର ଡେଭିଡ୍‌ ୱିଲି ହତଭାଗ୍ୟ ସାବ୍ୟସ୍ତ ‌ହୋଇଥିଲା ବେଳେ ସେ ଜୋଫ୍ରା ଆର୍ଚରଙ୍କ ପାଇଁ ବାଟ ଛାଡ଼ି ଦେଇଛନ୍ତି। ସେହିପରି ଲିଆମ୍‌ ଡସନ୍‌ଙ୍କୁ ଡକରା ମିଳିବା ପରେ ଜୋଏ ଡେନ୍‌ଲି ମଧ୍ୟ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେମ୍‌ସ ଭିନ୍‌ସେ ମଧ୍ୟ ବିଶ୍ବକପ୍‌ ଦଳରେ ସାମିଲ ହୋଇଛନ୍ତି। ଭିନ୍‌ସେ ଆହତ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆଲେକ୍ସ ହେଲ୍‌ସଙ୍କ ସ୍ଥାନ ନେବେ ବୋଲି ମନୋନୟନକର୍ତାମାନେ କହିଛନ୍ତି। ଫଳରେ ପ୍ରାଥମିକ ଭାବେ ଘୋଷିତ ଦଳରେ ଏହି ତିନିଟି ପରିବର୍ତନ ସହ ଆୟୋଜକ ଇଂଲଣ୍ଡ୍‌ ତା’ର ଚୂଡାନ୍ତ ୧୫ ଜଣିଆ ବିଶ୍ବକପ୍‌ ଦଳ ବାଛିଦେଇଛି। ଇଂଲଣ୍ଡ ବିଶ୍ବକପ୍‌ରେ ଉଦ୍‌ଘାଟନୀ ଦିବସ ମେ’ ୩୦ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ଅଭିଯାନ ଆରମ୍ଭ କରିବ। ପରିବର୍ତିତ ତିନି ଖେଳାଳିଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ଦେବା ନିଷ୍ପତ୍ତି କଠିନ ଥିଲା। ତଥାପି ବେଳେବେଳେ ଦଳରେ ସାମିଲ ଥିବା କିଛି ଖେଳାଳିଙ୍କ ତୁଳନାରେ ଅନ୍ୟମାନେ ଅଧିକ ଦାବିଦାର ଥାଆନ୍ତି। ତେଣୁ ଦଳରୁ ବଞ୍ଚିତ ଖେଳାଳିମାନେ ଏଥିରେ ହତୋତ୍ସାହିତ ହେବା ଉଚିତ ନୁହେଁ ବୋଲି ମନୋନୟନ ସମିତି ଆଶ୍ବାସନା ଦେଇଛି।



from ଖେଳ – Sambad http://bit.ly/2HI24IL

Post a Comment

0Comments
Post a Comment (0)