ସର୍ବକାଳୀନ ବିଶ୍ବକପ୍‌ ଦଳରୁ କୋହଲି ବାଦ୍‌

zisanmohammad
0

ନୂଆଦିଲ୍ଲୀ: ଆଉ ମାତ୍ର ୮ ଦିନ ‌ପରେ ଇଂଲଣ୍ଡରେ ଆୟୋଜିତ ହେବ କ୍ରିକେଟ୍‌ ବିଶ୍ବକପ୍‌। ଏହା ପୂର୍ବରୁ ଭାରତୀୟ ଦଳକୁ ଶୁଭକାମନାର ସୁଅ ଛୁଟିବାକୁ ଲାଗିଛି। ବିରାଟ କୋହଲି ଏହି ଦଳ‌ର ନେତୃତ୍ବ ନେଉଥିଲେ ମଧ୍ୟ ସେ ସର୍ବକାଳୀନ ଭାରତୀୟ ବିଶ୍ବକପ୍‌ ଏକାଦଶରେ ସ୍ଥାନ ପାଇନାହାନ୍ତି। ୧୯୮୩ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ କପିଳ ଦେବଙ୍କୁ ଏହି ଦଳର ନେତୃତ୍ବ ଭାର ମିଳିଛି। ‌୨୦୧୧ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉପଅଧିନାୟକ ଥିଲା ବେଳେ ବିରାଟ କୋହଲି ଦ୍ବାଦଶ ଖେଳାଳି ଭାବେ ସ୍ଥାନ ପାଇଛନ୍ତି।
ସର୍ବକାଳୀନ ଭାରତୀୟ ଦଳ: ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହିନ୍ଦର ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ଯୁବରାଜ ସିଂହ, ମହେନ୍ଦ୍ର ସିଂହ ଧୋନି (ଉପଅଧିନାୟକ), କପିଳ ଦେବ (ଅଧିନାୟକ), ଜଭାଗଲ ଶ୍ରୀନାଥ, ଅନିଲ କୁମ୍ବଲେ, ଜାହିର ଖାନ୍‌, ବିରାଟ କୋହଲି (ଦ୍ବାଦଶ ଖେଳାଳି)।



from ଖେଳ – Sambad http://bit.ly/2HQhV8a

Post a Comment

0Comments
Post a Comment (0)