ଭାରତୀୟ ଦଳ ଅପରିବର୍ତିତ

zisanmohammad
0

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଆହତ କେଦାର ଯାଦବଙ୍କୁ ଫିଟ୍‌ ଘୋଷିତ କରାଯିବା ପରେ ତାଙ୍କ ବଦଳ ଖେଳାଳି ନେବା ଆଶଙ୍କା ଟଳି ଯାଇଥିଲା। ତଥାପି ପ୍ରାଥମିକ ଦଳରେ କୌଣସି ପରିବର୍ତନ ପାଇଁ ଆଇସିସି ପକ୍ଷରୁ ମେ’ ୨୩ ତାରିଖକୁ କଣ୍ଟ ରଖାଯାଇଥିବାରୁ ଭାରତୀୟ ବିଶ୍ବକପ୍‌ ଦଳରେ ଗୋଟିଏ ଦୁଇଟି ପରିବର୍ତନ ଆଶା ରହିଥିଲା। ହେଲେ ଏହି କଣ୍ଟ ପୂରିବାର ଦିନକ ପୂର୍ବରୁ ଅର୍ଥାତ୍‌ ବୁଧବାର ବିଶ୍ବକପ୍‌ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଇଂଲଣ୍ଡ ଅଭିମୁଖେ ସ୍ବଦେଶ ଛାଡ଼ିବ। ଏଥିସହିତ ଭାରତ ପୂର୍ବରୁ ଘୋଷଣା କରିଥିବା ପ୍ରାଥମିକ ୧୫ ଜଣିଆ ଦଳରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ମଙ୍ଗଳବାର ମଧ୍ୟ ସ୍ପଷ୍ଟ କରିଦିଆଯାଇଛି। ଫଳରେ ଅପରିବର୍ତିତ ଭାରତୀୟ ଦଳ ବୁଧବାର ଇଂଲଣ୍ଡ ଯାତ୍ରା କରିବ। ତଥାପି ଇଂଲଣ୍ଡ ପହଞ୍ଚିବା ପରେ ଯାଦବ ଯଦି ସଂପୂର୍ଣ୍ଣ ସୁସ୍ଥ ନହୁଅନ୍ତି, ତେବେ ୫ ଜଣ ଷ୍ଟାଣ୍ଡ୍‌ବାଇ (ଋଷଭ ପନ୍ତ, ଅମ୍ବାତି ରାୟୁଡୁ, ଈଶାନ୍ତ ଶର୍ମା, ଅକ୍ଷର ପ‌ଟେଲ ଓ ନଭଦୀପ ସାଇନି)ଙ୍କ ମଧ୍ୟରୁ କାହାରିକୁ ବି ବିଶ୍ବକପ୍‌ ଟି‌କେଟ ମିଳିବ ବୋଲି ମନୋନୟନ ସମିତି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି।



from ଖେଳ – Sambad http://bit.ly/2VUZ8Ta

Post a Comment

0Comments
Post a Comment (0)