ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ ସେମି ଖେଳି‌େବ: ସଚିନ

zisanmohammad
0

ମୁମ୍ବାଇ: ଚଳିତ ମାସ ୩୦ ତାରିଖରେ ହେବାକୁଥିବା ବିଶ୍ବକପ୍‌ର ସେମିଫାଇନାଲ୍‌ରେ ପ୍ରଥମ ୩ ଦଳ ଭାବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ଭାରତ ପ୍ରବେଶ କରିବ ବୋଲି କହିଛନ୍ତି କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର। ତେବେ ଚତୁର୍ଥସ୍ଥାନ ପାଇଁ ପାକିସ୍ତାନ କିମ୍ବା ନ୍ୟୁଜିଲାଣ୍ଡ ମଧ୍ୟରୁ ଜଣେ ପହଞ୍ଚିପାରିବ‌ ବୋଲି ସେ ରଖିଛନ୍ତି। ଦକ୍ଷିଣ ଆଫ୍ରିକା କି ୱେ‌ଷ୍ଟ୍‌ଇଣ୍ଡିଜ୍‌ ସେମିଫାଇନାଲ୍‌ ଖେଳିପାରିବେନି ବୋଲି ମୋର ଅଶା କିନ୍ତୁ ଶ୍ରୀଲଙ୍କା କଥା କହିବା ଅସମ୍ଭବ। ଗୋଟିଏ ବର୍ଷ ବାସନ୍ଦ ପରେ ଷ୍ଟିଭ୍‌ ସ୍ମିଥ୍‌ ଏବଂ ଡେଭିଡ୍‌ ୱାର୍ନର ଦଳକୁ ଫେରିଥିବାରୁ ଅଷ୍ଟ୍ରେଲିଆର ସେମି ଆଶା ଉଜ୍ଜ୍ବଳ। ସେହିପରି ନିଜ ଘରେ ଇଂଲଣ୍ଡ ଖେଳିବା ସହ ଏହାର ବ୍ୟାଟିଂ ଲାଇନ୍‌ଅଫ୍‌ ଦୃଢ଼ ରହିଛି। ଭାରତୀୟ ଦଳ‌ ଯୁବ ପ୍ରତିଭାଙ୍କୁ ଦୃଢ଼ ରହିଥିବାରୁ ଏମାନେ ମୋର ପସନ୍ଦ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର। ସଦ୍ୟ ସମାପ୍ତ ପାକିସ୍ତାନ ଏବଂ ଇଂଲଣ୍ଡ ଶୃଙ୍ଖଳା ବେଳେ ହୋଇଥିବା ସ୍କୋର୍‌କୁ ଦେଖିଲେ ଏଥର ବିଶ୍ବକପ୍‌ରେ ଅଧିକ ରନ୍‌ ହେବାର ସମ୍ଭାବନା ରହିଛି।
ଇଂଲଣ୍ଡରେ ଭାରତ ଏହାର ଅଭିଜ୍ଞ ଏବଂ ଭେଟେରାନ୍‌ ଖେଳାଳି ମହେନ୍ଦ୍ର ସିଂହ ‌ଧୋନିଙ୍କୁ ୫ ନମ୍ବର ସ୍ଥାନରେ ଖେଳାଇବା ଦରକାର ବୋଲି ସଚିନ କହିଛନ୍ତି। ଶିଖର ଧାୱନ୍‌ଙ୍କ ସହ ଅଧିନାୟକ ବିରାଟ କୋହଲି ଓପନିଂ କରିବ‌ା ସହ ରୋହିତ ଶର୍ମା ତୃତୀୟ ସ୍ଥାନରେ ଖେଳନ୍ତୁ। ନମ୍ବର ୪ରେ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କୁ ସୁଯୋଗ ମିଳୁ ବୋଲି ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ତେନ୍ଦୁଲକର କହିଛନ୍ତି। ୫ରୁ ୮ ସ୍ଥାନରେ ଖେଳୁଥିବା ଖେଳାଳି ଫିନିସର୍‌ ଭୂମିକା ‌ନେଇଥାନ୍ତି। ୨୦୧୧ ବିଶ୍ବବିଜେତା ଧୋନିଙ୍କ ସହ ହାର୍ଦିକ ପାଣ୍ଡ୍ୟା ସବୁ ଚାପକୁ ପଛରେ ପକାଇ ଶେଷ ସମୟରେ ଭଲ କରିବା ସହ ଏହି ଦାୟିତ୍ବ ନେଇପାରିବେ। ଧାୱନ୍‌ ଏକମାତ୍ର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାବେ ଭାରତୀୟ ଦଳରେ ରହିଛନ୍ତି। ଫଳ‌ରେ ପ୍ରାରମ୍ଭରୁ ବାମ ଓ ଡାହାଣ ବ୍ୟାଟ୍ସମ୍ୟାନ୍‌ ଯୋଡ଼ି ଭାରତକୁ ଭଲ ଆରମ୍ଭ ଦେଇପାରିବେ। ଏସବୁକୁ ନେଇ ଭାରତର ବ୍ୟାଟିଂ ଲାଇନ୍‌ ଅଫ୍‌ ବହୁତ ଦୃଢ଼ ରହିଛି। ଦଳରେ ସୁଦକ୍ଷ ସ୍ପିନର ଥିବାରୁ ମଧ୍ୟଭାଗରେ ଏମାନଙ୍କ ଉପରେ ଦାୟିତ୍ବ ରହିବ ବୋଲି କହିଛନ୍ତି ୧୦୦ ଅର୍ନ୍ତଜାତୟ ଶତକ ହାସଲକାରୀ ସଚିନ।



from ଖେଳ – Sambad http://bit.ly/2JZhD1z

Post a Comment

0Comments
Post a Comment (0)