ଓଭାଲରେ ପ୍ରଥମ ଅଭ୍ୟାସ

zisanmohammad
0

ଲଣ୍ଡନ: ବିଶ୍ବକପ୍ ପାଇଁ ମଙ୍ଗଳବାର ମୁମ୍ବାଇରୁ ଲଣ୍ଡନ ଯାତ୍ରା କରିଥିବା ଭାରତୀୟ କ୍ରିକେଟ୍ ଦଳ ବିନା ସମୟ ଅପଚୟ କରି ବୁଧବାର ହିଁ ଅଭ୍ୟାସ ଆରମ୍ଭ କରିଛି। ପ୍ରେରଣାଦାୟକ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଦଳ ଲଣ୍ଡନର ଓଭାଲ ଷ୍ଟାଡିୟମରେ ଶନିବାରର ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବିସିସିଆଇ ନିଜ ଟ୍ବିଟର ଆକାଉଣ୍ଟରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିବାର ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛି। ଟିମ୍ ଇଣ୍ଡିଆ ପ୍ରଥମ ଅଭ୍ୟାସ ଅଧିବେଶନ ପାଇଁ ପ୍ରସ୍ତୁତ ବୋଲି ଏହାର ଶିରୋନାମା ରଖିଛି। ଅଧିନାୟକ କୋହଲି, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓଭାଲ ପଡ଼ିଆରେ ଅଭ୍ୟାସ କରୁଥିବାର ଫଟୋ ମଧ୍ୟ ବିସିସିଆଇ ପ୍ରକାଶ କରିଛି। ମଙ୍ଗଳବାର ଲଣ୍ଡନ ପହଞ୍ଚିବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ନିଜ ନିଜ ଟ୍ବିଟର ଏବଂ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଭାରତ ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ଆସନ୍ତା ଶନିବାର ନ୍ୟୁଜିଲାଣ୍ଡକୁ ଭେଟିବା ପରେ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଦୀନେଶ କାର୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି।



from ଖେଳ – Sambad http://bit.ly/2JEkOfR

Post a Comment

0Comments
Post a Comment (0)