ଦ୍ୱିତୀୟ ଥର ଦେଶର ମଙ୍ଗ ଧରିଥିବା ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର

zisanmohammad
0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଟ ବିଜୟ ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦ୍ୱିତୀୟ ଥର ପାଇଁ ଦେଶର ଶାସନ ଡୋରି ଧରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକର ଟ୍ଵିଟର୍‌ ଜରିଆରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।
ସେ ଟ୍ଵିଟ୍‌ କରି ଲେଖଇଛନ୍ତି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ହୃଦୟ ଭରା ଅଭିନନ୍ଦନ। ପୁଣି ଥରେ ବିଜେପି ଶାସନ କ୍ଷମତାକୁ ଆସିଥିବାରୁ ଶୁଭେଚ୍ଛା। ଏକ ଉଜ୍ଜ୍ୱଳ ଓ ସବଳ ଭାରତ ଗଠନ କରିବାରେ ସାରା ଦେଶ ଆପଣଙ୍କ ସାଥିରେ ଅଛି।’

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ୧୬୯,୦୦୦ ଭୋଟ୍‌ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ବିଜେପି ଓ ତାର ସହଯେଗୀ ଦଳ ଅପନ୍‌ ଦଳ ମିଶି ଉତ୍ତରପ୍ରଦେଶରେ ୮୦ରୁ ୫୮ ଲୋକସଭା ଆସନ ପୋଛି ନେଇଛନ୍ତି।


from ଖେଳ – Sambad http://bit.ly/2JC2BPW

Post a Comment

0Comments
Post a Comment (0)