ନିର୍ବାଚନ ପର ସ୍ଥିତି ମୁକାବିଲା ପାଇଁ ଆରମ୍ଭ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କଂଗ୍ରେସର ୨ ଦିନିଆ କର୍ମଶାଳା

zisanmohammad
0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଶେଷ ହୋଇଛି। ଏବେ ଫଳାଫଳର ଦିନକୁ ଅପେକ୍ଷା। ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ସ୍ଥିତିର ମୁକାବିଲା ପାଇଁ ଏବେ ଦଳମାନଙ୍କ ଦ୍ବାରା ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି। ଦଳର ପ୍ରବକ୍ତା, ଟିଭି ପ୍ୟାନେଲିଷ୍ଟ୍‌ ମାନଙ୍କ ମନ୍ତବ୍ୟରେ ଯେମିତି କୌଣସି ପ୍ରକାର ବିରୋଧାଭାଷ ନହୁଏ କିମ୍ବା କୌଣସି ପ୍ରକାର ନୂଆ ବିବାଦ ନଉପୁଜେ ସେନେଇ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ଆଜିଠାରୁ କଂଗ୍ରେସର ଦୁଇଦିନିଆ କର୍ମଶାଳା ଆୟୋଜନ ହୋଇଛି। ଏହି କର୍ମଶାଳାରେ କଂଗ୍ରେସ ନିଜର ପ୍ରବକ୍ତା ଏବଂ ଟିଭି ପ୍ୟାନେଲିଷ୍ଟ୍‌ ମାନଙ୍କୁ କିଭଳି ନିର୍ବାଚନ ଫଳାଫଳ ପରେ ଦଳର ନୀତି ନିୟମ ଅନୁଯାୟୀ ସଠିକ୍‌ ଭାବେ ତଥ୍ୟ ଉପସ୍ଥାପନ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ତେବେ କେବଳ କଂଗ୍ରେସ ନୁହେଁ ବିଜେପି ଏବଂ ଆପ୍‌ ମଧ୍ୟ ସେମାନଙ୍କ ପ୍ରବକ୍ତା ମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ନିର୍ବାଚନ ଫଳାଫଳ ପରେ କେଉଁ ପରିସ୍ଥିତିରେ କ’ଣ କହିବାକୁ ପଡ଼ିବ ତାହା ପ୍ରଶିକ୍ଷଣର ମୁଖ୍ୟ ବିଷୟ ରହିବ। କଂଗ୍ରେସ ପ୍ରବକ୍ତା ମାନଙ୍କୁ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କବିଳ ସିବଲ ଏବଂ ବରିଷ୍ଠ ନେତା ଅଭିଷେକ ମନୁ ସିଂହଭି ପ୍ରଶିକ୍ଷଣ ଦେବେ। ଏତତ୍ ବ୍ୟତୀତ କଂଗ୍ରେସ ଦ୍ବାରା କିଛି ଜନ ସମ୍ପର୍କ ଅଧିକାରୀ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ଏହାଦ୍ବାରା ମିଡିଆ ରଣନୀତିକୁ ଉତ୍ତମ ରୂପେ ପରିଚାଳନା କରାଯାଇପାରିବ। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆପ୍‌ କର୍ମଶାଳାର ପରିଚାଳନା କରିବେ।। ସେହିଭଳି ମେ’ ୨୨ ଦିନ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଓ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ବିଜେପି ପ୍ରବକ୍ତା ମାନଙ୍କୁ ପାର୍ଟି ନୀତି ହିସାବରେ କ’ଣ କହିବାକୁ ପଡ଼ିବ ସେନେଇ ଅବଗତ କରାଇବେ।



from ଦେଶ- ବିଦେଶ – Sambad http://bit.ly/2JuCUAL

Post a Comment

0Comments
Post a Comment (0)