ଉରୀ ଆକ୍ରମଣର ପ୍ରତିଶୋଧରେ: ୨୦୧୬ରେ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା

zisanmohammad
0

ନୂଆଦିଲ୍ଲୀ: ଉରୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସେପ୍ଟେମ୍ବର ୨୦୧୬ରେ ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିଲା। ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଏହି ସୂଚନା ଦେଇ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ଚାଲିଥିବା ବିବାଦରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି। ସିଂହ କହିଛନ୍ତି, ସୂଚନା ଅଧିକାର ନିୟମବଳରେ ମଗାଯାଇଥିବା ତଥ୍ୟର ଜବାବରେ ସେନା ଅଭିଯାନର ନିର୍ଦେଶକ (ଡିଜିଏମ୍‌ଓ) କିଛି ଦିନ ତଳେ ଏହା ସ୍ପଷ୍ଟ କରିଛନ୍ତି। ସିଂହ କହିଛନ୍ତି, ରାଜନୈତିକ ଦଳମାନଙ୍କ ଦ୍ୱାରା କରାଯାଉଥିବା ସମାଲୋଚନା ଉପରେ ସେ କିଛି ମନ୍ତବ୍ୟ ଦେବେ ନାହିଁ। ଏହାର ଜବାବ ସରକାର ଦେବେ ବୋଲି ସିଂହ ସ୍ପଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ, ଉରୀ ଆକ୍ରମଣ ପରେ ସେପ୍ଟେମ୍ବର ୨୦୧୬ରେ ଭାରତୀୟ ବାୟୁସେନାର ୧୨ଟି ମିରେଜ୍‌ ଲଢୁଆ ବିମାନ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲେ। ବାୟୁସେନାର ବିମାନଗୁଡ଼ିକ ଶତ୍ରୁପକ୍ଷର ସୀମା ଭିତରକୁ ଯାଇ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ଧ୍ବଂସ କରିଥିଲେ। ତେବେ ଏହାର ଗୋଟିଏ ଦିନ ପରେ ପାକିସ୍ତାନ ବାୟୁସେନା ପକ୍ଷରୁ ମଧ୍ୟ ଭାରତ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଭାରତ ଏହାର ଉଚିତ ଜବାବ ଦେଇଥିଲା।



from ଦେଶ- ବିଦେଶ – Sambad http://bit.ly/2JTO5Co

Post a Comment

0Comments
Post a Comment (0)