ଦିଲ୍ଲୀରେ ଗ୍ୟାଙ୍ଗ୍‌ୱାର, ୨ ନିହତ

zisanmohammad
0

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ରବିବାର ହୋଇଥିବା ଗୁଳିମାଡ଼ରେ ୨ ଜଣ ନିହତ ହୋଇଛନ୍ତି। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଅନ୍ୟ ଜଣେ ଅପରାଧୀର ଗୁଳିମାଡ଼ରେ ନିହତ ହୋଇଥିବା ବେଳେ ଆଉ ଜଣେ ପୁଲିସ ଗୁଳିରେ ଟଳିପଡ଼ିଛନ୍ତି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଦକ୍ଷିଣ ଦିଲ୍ଲୀର ଦ୍ବାରକା ମୋର୍‌ ମେଟ୍ରୋ ଷ୍ଟେସନ ନିକଟରେ ଏହି ଗ୍ୟାଙ୍ଗ୍‌ୱାର ହୋଇଛି। ବିକାଶ ଦଲାଲ ନାମକ ଅପରାଧୀ ତାର ସହଯୋଗୀଙ୍କ ସହ ଗୋଟିଏ ସ୍ବିଫ୍ଟ ଡିଜାୟର କାର୍‌ ଏବଂ ଗୋଟିଏ ମଟର ସାଇକଲ୍‌ରେ ପରବୀନ୍‌ ଗେହଲଟ ନାମକ ଅପରାଧୀକୁ ନଜଫଗଡ଼ ରୋଡ୍‌ରେ ପିଛା କରିଥିଲା। ଗେହଲଟ ଏକ ମାରୁତି ରିଟ୍‌ସ୍ କାର୍‌ରେ ଯାଉଥିବା ବେଳେ ମେଟ୍ରୋ ଷ୍ଟେସନ ନିକଟରେ ତାଙ୍କୁ ତିନି ଜଣ ଗୁଳିମାଡ଼ କରିଥିବା ପୁଲିସ କହିଛି। ଗୁଳିମାଡ଼ରେ ଗେହଲଟ ଟଳି ପଡ଼ିଛନ୍ତି। ଏହି ସମୟରେ ରାସ୍ତାର ଅନ୍ୟ ପଟେ ଥିବା ପିସିଆର୍‌ ଭ୍ୟାନର ପୁଲିସ ଗୁଳି ଚଲାଇଥିଲେ। ଏଥିରେ ଦଲାଲ ଟଳିପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଅପରାଧୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ଏହି ଘଟଣାରେ ପ୍ରାୟ ୧୫ ରାଉଣ୍ଡ ଗୁଳିଚାଳନା ହୋଇଥିବା ବେଳେ ରାସ୍ତାରେ ଯାଉଥିବା ବସ ଟ୍ରକ ସବୁ ଅଟକିଯାଇଥିଲା। ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଟକିରହି ଘଟଣାର ଭିଡିଓ ରେକର୍ଡିଂ କରିଥିଲେ ଏବଂ କିଛିଲୋକ ମେଟ୍ରୋର ସ୍ତମ୍ଭ ପଛରେ ରହି ଦେଖୁଥିବା କୁହାଯାଇଛି। ଏହି ଗ୍ୟାଙ୍ଗ୍‌ୱାର ସମ୍ପତ୍ତି ବିବାଦ ଯୋଗୁଁ ହୋଇଥିବା ପୁଲିସ ସୂଚନା ଦେଇଛି। ଉଭୟ ଗେହଲଟ ଏବଂ ଦଲାଲ ବିରୋଧରେ ଦିଲ୍ଲୀ ଏବଂ ହରିୟାଣାରେ ଅନେକ ହତ୍ୟା, ଚୋରି ଏବଂ ଜବରଜସ୍ତ ଟଙ୍କା ଆଦାୟ କରିବା ମାମଲା ରହିଥିବା ଜଣାପଡିଛି। ୨୦୧୮ରେ ଦଲାଲ ହରିୟାଣା ପୁଲିସ ହେଫାଜତରୁ ଖସି ପଳାଇଥିଲା।



from ଦେଶ- ବିଦେଶ – Sambad http://bit.ly/2HtIEZd

Post a Comment

0Comments
Post a Comment (0)