ଭୋଟ ଦେବାକୁ ଯାଉଥିବା ସମୟରେ ଚଟାଣରେ ପଡ଼ିଗଲେ ଅଭିନେତ୍ରୀ, ଉଠିବା ପରେ ଏପରି ଜାହିର କଲେ ରାଗ

zisanmohammad
0

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଓ ବିଜେପି ନେତା କିରଣ ଖେର୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଚଣ୍ଡିଗଡ଼ରୁ ବିଜେପି ପ୍ରାର୍ଥୀ କିରଣ ଖେର୍‌ ଭୋଟ ଦେବାକୁ ଯାଉଥିବା ନଜର ଆସୁଛନ୍ତି। ଏହି ଭିଡିଓରେ କିରଣ ଖେର୍‌ ଓ ତାଙ୍କ ସ୍ୱାମୀ ବଲିଉଡ ଅଭିନେତା ଅନୁପମ ଖେରଙ୍କୁ ମିଡିଆ ଘେରି ରଖିଛନ୍ତି। ଏହି ସମୟରେ କିରଣ ଖେରଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଓ ସେ ଚଟଣାରେ ପଡ଼ି ଯାଇଥିଲେ। ସମସ୍ତେ କିରଣଙ୍କୁ ଉଠାଇବାରେ ଲାଗିଥିଲେ।

 

ଚଟାଣରୁ ଉଠିବା ପରେ ମଡିଆ କର୍ମୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ‘ପ୍ଲିଜ୍‌ ଡୋଣ୍ଟ ରେକର୍ଡ ଡିସ୍‌’ ବୋଲି କିରଣ କହିଥିଲେ। କିରଣଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ଜନତା ପାର୍ଟି (ବିଜେପି)ର ଟିକେଟରେ କିରଣ ଖେର ଚଣ୍ଡିଗଡ଼ରୁ ନିର୍ବାଚନ ଲଢ଼ୁଛନ୍ତି। କିରଣ ଖେର ୨୦୧୪ରେ ଲୋକସଭା ନିର୍ବାଚନରେ ଚଣ୍ଡିଗଡ଼ ସିଟ୍‌ରୁ ବିଜୟ ହୋଇଥିଲେ।



from ମନୋରଞ୍ଜନ – Sambad http://bit.ly/2JQOup9

Post a Comment

0Comments
Post a Comment (0)