ଏକ୍‌ଜିଟ୍‌ ପୋଲ୍‌ ପରେ ଐଶ୍ୱର୍ଯ୍ୟାଙ୍କୁ ନେଇ କରିଥିବା ଟ୍ଵିଟ୍‌ ବିବେକଙ୍କୁ ମହଙ୍ଗା ପଡ଼ିଲା, ନୋଟିସ୍‌ ଜାରି କଲା ମହାରାଷ୍ଟ୍ରର ରାଜ୍ୟ ମହିଳା କମିସନ୍‌

zisanmohammad
0

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରାୟ ନିକଟରେ କରିଥିବା ଏକ ଟ୍ଵିଟ୍‌ ପାଇଁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଗତକାଲି ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ସଲମାନଙ୍କ ସହ ଥିବା ଏକ ଫଟୋକୁ ‘ଓପିନିୟନ ପୋଲ୍‌’, ନିଜ ସହ ଥିବା ଏକ ଫଟୋକୁ ‘ଏକ୍‌ଜିଟ୍‌ ପୋଲ୍‌’ ଏବଂ ଶେଷର ସ୍ୱାମୀ ଅଭିଷେକଙ୍କ ସହ ଥିବା ଏକ ଫଟୋକୁ ‘ରେଜେଲ୍ଟ’ ବୋଲି ଲେଖ ଟ୍ଵିଟ୍‌ କରିଥିଲେ। ଯାହା ତତ୍‌କ୍ଷଣାତ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା।

 

ମାତ୍ର ତାଙ୍କର ଏହି ମଜାଦାର୍‌ ଟ୍ଵିଟ୍‌ ପାଇଁ ସେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସେ ଏପରି ଟ୍ଵିଟ୍‌ କରି ଜଣେ ମହିଳାଙ୍କର ଅପମାନ କରିଥିବା ଅଭିଯୋଗରେ ମହିଳାଙ୍କ ସକାଶେ ଥିବା ମହାରାଷ୍ଟ୍ର ରାଜ୍ୟ କମିସନ ତାଙ୍କୁ ଏକ ନୋଟିସ୍‌ ଜାରି କରିଛି।

 

ମହାରାଷ୍ଟ୍ରର ରାଜ୍ୟ କମିସନ୍‌ର ମୁଖ୍ୟ ବିଜୟ ରାହତକର କହିଛନ୍ତି ଯେ ‘ଏକ୍‌ଜିଟ୍‌ ପୋଲକୁ ନେଇ ବିବେକଙ୍କ ଟ୍ଵିଟ୍‌କୁ କମିସନର ଗୁରୁତର ଭାବେ ନେଇ ତାଙ୍କୁ ବିରୋଧରେ ନୋଟିସ୍‌ ଜାରି କରିଛି।’



from ମନୋରଞ୍ଜନ – Sambad http://bit.ly/2QcvaE2

Post a Comment

0Comments
Post a Comment (0)