
ମୁମ୍ବାଇ : ରବିବାର ୨୦୧୯ ଲୋକସଭା ନିର୍ବାଚନର ଅନ୍ତମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା । ମତଦାନ ଶେଷ ହେଉ ହେଉ ସବୁ ନିଉଜ୍ ଚ୍ୟାନେଲ ତରଫରୁ ଏକଜିଟ୍ ପୋଲ କରାଯାଇ ୨୦୧୯ରେ କିଏ ସରକାର ଗଢ଼ିବ ସେ ବିଷୟରେ ସୂଚନା ଦିଆ ଯାଇଥିଲା । କିନ୍ତୁ ଏବେ ଏକଜିଟ୍ ପୋଲର ଫଳାଫଳକୁ କିଛି ନେତା ଗ୍ରହଣ କରୁ ନଥିବା ଦେଖା ଯାଇଛି । ଏକଜିଟ୍ ପୋଲରେ ମୋଦୀ ପୁଣି ଥରେ ସରକାର ଗଢ଼ିବେ ବୋଲି ସ୍ପଷ୍ଟ ହୋଇଥିବା ବେଳେ ବିପକ୍ଷ ଦଳ ଏହାକୁ ମାନିବାକୁ ନାରାଜ । ତେବେ ଏଭଳି ପରିସ୍ଥିତିରେ ଅଭିନେତା ବିବେକ ଓବରଏ ଜଣେ ଟୁଇଟର ବ୍ୟବହାରକାରୀଙ୍କର ଟୁଇଟ୍ ସେୟାର କରିଛନ୍ତି । ସେୟାର କରାଯାଇଥିବା ଟୁଇଟ୍ରେ ଏକଜିଟ୍ ପୋଲର ଅର୍ଥ ଭଲ ଭାବରେ ବୁଝାଇ ଦିଆ ଯାଇଛି ।
ଟୁଇଟ୍ରେ ୩ଟି ଫଟୋ ଥିବା ବେଳେ ପ୍ରଥମ ଫଟୋରେ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ନଜର ଆସିଛନ୍ତି । ଯାହାକୁ ଓପିନିୟନ ପୋଲର ନାଁ ଦିଆଯାଇଛି । ଦ୍ୱିତୀୟ ଫଟୋରେ ସେ ବିବେକଙ୍କ ସହ ନଜର ଆସିଛନ୍ତି, ଯାହାକୁ ଏକଜିଟ୍ ପୋଲର ନାଁ ଦିଆଯାଇଛି । ଶେଷରେ ଐଶ୍ୱର୍ଯ୍ୟ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ନଜର ଆସୁଛନ୍ତି, ଯାହାକୁ ଫଳାଫଳର ନାଁ ଦିଆଯାଇଛି ।
Haha!
creative! No politics here….just life
Credits : @pavansingh1985 pic.twitter.com/1rPbbXZU8T
— Vivek Anand Oberoi (@vivekoberoi) May 20, 2019
from ମନୋରଞ୍ଜନ – Sambad http://bit.ly/2w6km18

creative! No politics here….just life 
