‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ନୂଆ ପୋଷ୍ଟ୍‍ର ଉନ୍ମୋଚିତ, ୨୪ରେ ରିଲିଜ୍‌

zisanmohammad
0

ନୂଆଦିଲ୍ଲୀ: ଅଭିନେତା ବିବେକ ଓବରାଏ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦୀ’ର ଏକ ନୂଆ ପୋଷ୍ଟର୍‌ ଉନ୍ମୋଚନ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୪୦ଟି ଦେଶରେ ରିଲିଜ୍‌ ହେବ ବୋଲି ଜାଣିବାକୁ ମିଳିିଛି। ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ବାହାରି ସାରିଲେ ମେ ୨୪ ତାରିଖରେ ଚଳଚ୍ଚିତ୍ର ରିଲିଜ ହେବ ବୋଲି ସ୍ଥିର ହୋଇଛି।

‘ଏବେ ପୁଣି ଥରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏବେ କେହି ରୋକିପାରିବେ ନାହିଁ।’ ବୋଲି ନୂଆ ପୋଷ୍ଟରରେ ଲେଖାଯାଇଛି।

ଚଳଚ୍ଚିତ୍ରରେ ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ବିବେକ କୁହନ୍ତି, ‘ମୁଁ ଜାଣେ ଏହା ଏକ କଷ୍ଟକର ଯାତ୍ରା। ମୁଖ୍ୟତଃ ଏହି ଚଳଚ୍ଚିତ୍ରକୁ ରିଲିଜ୍‌ କରାଇବା ପାଇଁ ଅନେକ କସରତ କରିବାକୁ ପଡ଼ିଛି। ବହୁ ଶକ୍ତିଶାଳୀ ନେତା ଚଳଚ୍ଚିତ୍ରଟିକୁ ରୋକିବାକୁ ଚେଷ୍ଟା କରିଛନ୍ତି। ମାତ୍ର ଯେପରି ଆମେ ସମସ୍ତେ ଦେଖୁଛେ ଯେ ସେମାନେ ହାରିବାକୁ ଯାଉଛନ୍ତି। ମୁଁ ଚାହୁଁଛି ପ୍ରତ୍ୟେକ ଭାରତୀୟ ନିଜ ପରିବାର ଲୋକଙ୍କ ସହିତ ଏହି ଦେଶପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖନ୍ତୁ।’



from ମନୋରଞ୍ଜନ – Sambad http://bit.ly/2JxzWvo

Post a Comment

0Comments
Post a Comment (0)