ସୁପ୍ରିମକୋର୍ଟରେ ହୋଇ ପାରିଲାନି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

zisanmohammad
0

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇ ପାରିନି। କୌଣସି କାରଣ ବଶତଃ ଆଜି ବିଚାରପତି ଏସଏ ବବଡେ, ବିଚାରପତି ଇନ୍ଦିରା ବାନାର୍ଜୀ, ବିଚାରପତି ନବୀନ ସିହ୍ନାଙ୍କ ଖଣ୍ଡପୀଠ ଅନୁପସ୍ଥିତ ରହିବା ଯୋଗୁଁ ଶ୍ରୀମନ୍ଦିର ସଂସ୍କାର ମାମଲା ସମେତ ଆଜି ତାଲିକାଭୁକ୍ତ ହୋଇଥିବା ସମୁଦାୟ ୨୯ଟି ମାମଲାର ଶୁଣାଣି ହୋଇ ପାରିନଥିଲା। ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଅପରପକ୍ଷେ ଆମିକସ କ୍ୟୁରି ରଞ୍ଜିତ କୁମାରଙ୍କ ଦ୍ବାରା ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ଯେଉଁ ରିପୋର୍ଟ ଗତ ମାସରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା ତା’ର ଜବାବ ଶ୍ରୀମନ୍ଦିର ପ୍ରଶାସନ ତଥା ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ୍ ଦ୍ବାରା ଦାଖଲ କରାଯାଇଛି। ଶ୍ରୀମନ୍ଦିର ସଂସ୍କାର ମାମଲାରେ ପକ୍ଷଭୂକ୍ତ ହେବା ପାଇଁ ବରିଷ୍ଠ ଆଇନଜୀବୀ ଡ. ରାଜୀବ ଧାଵାନ ଆବେଦନ କରିଛନ୍ତି। ଅପରପକ୍ଷେ ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡ, ଭଙ୍ଗାରୁଜା ଓ ପୋଡ଼ାଜଳା ଯୋଗୁଁ ଘଟିଥିବା କ୍ଷୟକ୍ଷତି ଅର୍ଥ ଜଗନ୍ନାଥ ସେନାଠାରୁ ଆଦାୟ ପାଇଁ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରମନ୍ଦିର ପ୍ରଶାସନ ଯେଉଁ ଆବେଦନ କରିଥିଲେ ତା’ଉପରେ ସୁପ୍ରିମକୋର୍ଟ ଚଳିତ ୮ରେ ଜାରି କରାଯାଇଥିବା ନୋଟିସ୍‌ର ଉତ୍ତର ବର୍ତ୍ତମାନ ସୁଦ୍ଧା ଖଣ୍ଡପୀଠ ନିକଟରେ ଦାଖଲ କରାଯାଇ ନଥିବା ଜଣାପଡ଼ିଛି।



from ଜିଲ୍ଲା – Sambad http://bit.ly/2VC3M7r

Post a Comment

0Comments
Post a Comment (0)