ଧରାପଡ଼ିଲା କଫ୍‌ ସିରପ୍‌ ମାଫିଆ ସାନ ନେଗୀ : ଥାନାରୁ ଫେରାର ସହଯୋଗୀ ପ୍ରଶାନ୍ତ ବି ଗିରଫ, ଭୁବନେଶ୍ୱରରୁ ଉଠାଇଲା ପୁଲିସ

zisanmohammad
0

ବଲାଙ୍ଗୀର : ବହୁ ଦିନର ଛକା ପଞ୍ଝା ପରେ କଫ୍‌ ସିରପ୍‌ ଚୋରା କାରବାରର ମୁଖ୍ୟ ଅଭିଯୁକ୍ତ ସାନ ନେଗୀ ଓରଫ ଗୋବିନ୍ଦ ନେଗୀ ପୁଲିସ ହାବୁଡ଼ରେ ପଡ଼ିଛି। ବଲାଙ୍ଗୀର ପୁଲିସ ଜାଲ ବିଛାଇ ଭୁବନେଶ୍ୱରରୁ ସାନ ନେଗୀକୁ ଗରିଫ କରିଛି। ଏଥି ସହିତ କଫ୍‌ ସିରପ୍‌ କାରବାରରେ ଗିରଫ ପରେ ଟାଉନ ଥାନାରୁ ଫେରାର ହୋଇଥିବା ସାନର ଅନ୍ୟ ସହଯୋଗୀ ପ୍ରଶାନ୍ତ କ୍ଷେତିକୁ ମଧ୍ୟ ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି। ସୋମବାର ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଦର ଏଡିପିଓ ଶ୍ରୀମନ୍ତ ବାରିକ, ଆଇଆଇସି ତୋଫାନ ବାଗ ଏହି ସୂଚନା ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଯାଇ ସିଆରପି ଛକ ନିକଟରେ ପରିବାର ସହ ରହୁଥିବା ସାନ ନେଗୀକୁ ଗିରଫ କରିଥିଲା। ସେହିପରି ପ୍ରଶାନ୍ତ କ୍ଷେତିକୁ ଡେଲଟା ଏରିଆରୁ ଗିରଫ କରିଥିଲା। ଗତ ଜାନୁଆରି ମାସରେ ବରପାଲିପଡ଼ାରେ ନିଶା କାରବାର ନେଇ ଏକ ଗଣ୍ଡଗୋଳ ହୋଇଥିଲା। ସେହି ଘଟଣାରେ ସାନ ନେଗୀର ସମ୍ପୃକ୍ତି ରହି ସେ ଫେରାର ଥିଲା। ସେହିପରି ମାର୍ଚ୍ଚ ମାସରେ ରାୟପୁରରୁ ଟ୍ରେନରେ ବଲାଙ୍ଗୀରକୁ ୩୫୨୦ ବୋତଲ କଫ ସିରପ ଆସି ସାନ ଟିମର ଲୋକେ ନେଉଥିବା ବେଳେ ପୁଲିସ ଧରିଥିଲା। ସେ ସମୟରେ ଅପରାଧୀ ଗୋଷ୍ଠୀର ଅଭିଷେକ ଦୋରା ସମେତ ୩ ଜଣ ଧରାପଡ଼ି ଜେଲ୍‌ ଯାଇଥିଲେ। ଯେଉଁ ଗାଡ଼ିରେ କଫ ସିରପ ଆସୁଥିଲା ସେହି ବଲେରୋଟି ମାଲପଡ଼ାର ପ୍ରଶାନ୍ତ କ୍ଷେତି ନାଁରେ ରହିଥିଲା। ସେହିଦିନରୁ ପ୍ରଶାନ୍ତ ମଧ୍ୟ ଫେରାର ରହିଥିଲା। ଗତ କିଛିଦିନ ତଳେ ପ୍ରଶାନ୍ତକୁ ପୁଲିସ ଆଣି ଅଟକ ରଖି ପଚରାଉଚୁରା କରୁଥିଲା। କିନ୍ତୁ, ରାତିରେ ପୁଲିସ କନେଷ୍ଟବଳକୁ ଆକ୍ରମଣ କରି ଥାନାରୁ ସେ ଫେରାର ମାରିଥିଲା। ସେହି ସବୁ ମାମଲାରେ ଆଜି ଉଭୟ ସାନ ନେଗୀ ଓ ପ୍ରଶାନ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

ରାଜା ଆଚାର୍ଯ୍ୟ ସହ ରହିଛି ସଂପର୍କ

ବଲାଙ୍ଗୀରରେ ବେଆଇନ ନିଶା କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ। ସେ ଏକ ବଡ଼ ଅପରାଧିକ ଗୋଷ୍ଠୀଙ୍କୁ ପରିଚାଳିତ କରୁଥିବା ପୁଲିସ ସୂଚନା ପାଇଛି। ଗତ ୪ବର୍ଷ ଭିତରେ ସେ ବଲାଙ୍ଗୀରରେ ଏକ ବଡ଼ କୋଠା, ସମ୍ବଲପୁର ଓ ଭୁବନେଶ୍ୱରରେ ଫ୍ଲାଟ କିଣିଛି। ଏପରିକି ଭୁବନେଶ୍ୱରରେ ରାଜା ଆଚାର୍ଯ୍ୟ ଗୋଷ୍ଠୀ ସାଙ୍ଗରେ ମଧ୍ୟ ସାନର ସମ୍ପର୍କ ରହିଥିବା ନେଇ ପୁଲିସ କହିଛି। ସୋସିଆଲ ମିଡିଆରେ ମଧ୍ୟ ରାଜା ଆଚାର୍ଯ୍ୟ ସହ ସାନର ଫଟୋ ଘୂରି ବୁଲୁଛି। ପୁଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି।



from ଅପରାଧ – Sambad http://bit.ly/2w92geR

Post a Comment

0Comments
Post a Comment (0)