ଭଙ୍ଗା ରଖି ନେଇଗଲେ ଭଲ ବାଇକ୍‌

zisanmohammad
0

ବାଲିପାଟଣା: ବାଲିପାଟଣା ଛକ ନିକଟରେ ରହୁଥିବା ଗୌରାଙ୍ଗ ସାହୁଙ୍କ ଘର ଭିତରୁ ଏକ ବାଇକ୍ ଚୋରି ହୋଇଛି। ତେଲ ସରିଯାଇଥିବା ଏକ ଭଙ୍ଗା ଗାଡ଼ିକୁ ଘର ଆଗରେ ରଖି ଦୁର୍ବୃତ୍ତ ତାଙ୍କ ଗ୍ରିଲ ‌ତାଲା ଖୋଲି ବାଇକ୍‌ ନେଇ ଯାଇଛନ୍ତି। ଗୌରାଙ୍ଗଙ୍କ ଘର ଭିତରେ ତାଙ୍କ ସମ୍ପର୍କୀୟ ପଦ୍ମଲୋଚନ ରାଉତଙ୍କ ବାଇକ୍‌ (ଓଆର୧୩ଜି-୭୮୨୧) ଥିଲା। ଆଜି ଦିନ ପ୍ରାୟ ୩ଟାରୁ ୪ଟା ଭିତରେ ଦୁର୍ବୃତ୍ତମାନେ ତୁଳସୀ କଲ୍ୟାଣ ମଣ୍ଡପ ସାମ୍ନାରେ ଏକ ଲାଲ ରଙ୍ଗର ବାଇକ୍‌ (ଓଆର୦୨ବିଏମ-୨୯୪୯)କୁ ରଖି ପଦ୍ମଲୋଚନଙ୍କ ବାଇକ୍‌କୁ ନେଇଯାଇଥିଲେ। ଦୁର୍ବୃତ୍ତ ଛାଡ଼ିଯାଇଥିବା ବାଇକ୍‌ଟି ଅନ୍ଧୋଟି ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁଙ୍କର ବୋଲି ଜଣାପଡ଼ିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ‌ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ବଦଳରେ ଭଙ୍ଗା ବାଇକ୍‌କୁ ଥାନାକୁ ଆଣିବାକୁ କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୁଲିସ କୃଷ୍ଣଚନ୍ଦ୍ରଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି।



from ଅପରାଧ – Sambad http://bit.ly/2QdPchq

Post a Comment

0Comments
Post a Comment (0)