ଧରାପଡ଼ିଲେ ଦୁଇ ଡକାୟତ : ବନ୍ଧୁକ ଦେଖାଇ ନେଇଯାଇଥିଲେ କାର୍‌, କାର୍‌, ଦେଶୀ ବନ୍ଧୁକ ଓ ନଗଦ ଟଙ୍କା ଜବତ

zisanmohammad
0

ଭୁବନେଶ୍ବର : ପୁରୀ-ଭୁବନେଶ୍ବର ବାଇପାସ୍‌ ଛକ ଡକାୟତି ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଦୁଇ ଡକାୟତଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ ତିନି ଫେରାର ଅଛନ୍ତି। ଗିରଫ ଡକାୟତଙ୍କଠାରୁ ଦୁଇଟି କାର୍‌, ଗୋଟିଏ ଦେଶୀ ବନ୍ଧୁକ, ୨ ହଜାର ନଗଦ ଟଙ୍କା ଓ ୪ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ନିମାପଡ଼ା ଥାନା ଅଧୀନ ମାଧିବ୍ରହ୍ମପୁର ଗ୍ରାମର ତେହସିନ ଖାନ୍‌ ଓରଫ ରାଜା ଓ ସେଖ୍ ସହିଦ୍‌। ରାଜା ପୂର୍ବରୁ ଜଗତସିଂହପୁର ଥାନା ଅଧୀନରେ ଏକ ଲୁଟ୍‌ ମାମଲାରେ ଜଡ଼ିତ ଥିବା ଡିସିପି ଅନୁପ ସାହୁ କହିଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ନୟାଗଡ଼ ନୂଆଗାଁ ଥାନା ଅଧୀନ ସୋରଡ଼ାର ପ୍ରତାପ ଚନ୍ଦ୍ର ନାୟକଙ୍କର ନୟାଗଡ଼ରେ ଏକ ଫାଷ୍ଟଫୁଡ୍‌ ଦୋକାନ ରହିଛି। ଏଥିରେ ପୁରୀ ବ୍ରହ୍ମଗିରିର କେତେକ ପିଲା କାମ କରୁଛନ୍ତି। ‘ଫନି’ ପ୍ରଭାବରେ ଏହି ପିଲାମାନଙ୍କର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ସହାୟତା ପାଇଁ ପ୍ରତାପ ୧୦ ତାରିଖ ଦିନ ବ୍ରହ୍ମଗିରି ଯାଇଥିଲେ। ରାତି ପ୍ରାୟ ୩ଟା ୩୦ ମିନିଟ୍‌(୧୧ ତାରିଖ ଭୋର୍‌)ରେ ପୁରୀ ବାଇପାସ୍‌ ଛକ (ପଳାସୁଣୀ)ରେ ତାଙ୍କ ଗାଡ଼ି ସାମ୍ନାରେ ଏକ ଗାଡ଼ି ଆସି ରହିବା ସହ ବାଟ ଓଗାଳିଥିଲା। ଗାଡ଼ିରୁ ୪ ଜଣ ଯୁବକ ବାହାରି ପ୍ରତାପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଚାବି ନେଇ ଯାଇଥିଲେ। ପ୍ରତାପ ଓ ତାଙ୍କ ସହ ଥିବା ଅନ୍ୟ ତିନିଜଣଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଦୁର୍ବୃତ୍ତମାନେ ପ୍ରତାପ ଓ ତାଙ୍କ ବନ୍ଧୁମାନଙ୍କଠାରୁ ୬ଟି ମୋବାଇଲ୍‌ ଓ ୭ ହଜାର ଟଙ୍କା ନେଇ ଯାଇଥିଲେ। ପ୍ରତାପଙ୍କ କାର୍‌(ମାରୁତି ଡିଜାୟାର ଓଡି୦୨ଏଏମ୍‌ ୫୩୨୪) ନେଇ ଯୁବକମାନେ କଟକ ରାସ୍ତାରେ ଫେରାର ହୋଇ ଯାଇଥିଲେ। ପ୍ରତାପଙ୍କ କାର୍‌କୁ ରାଜା ଚଳାଇଥିବା ବେଳେ ସେମାନେ ନେଇ ଆସିଥିବା କାର୍‌(ଟୟୋଟା କରୋଲା ଓଆର୦୨ଏସ୍‌୧୬୬୮)କୁ ସେଖ୍ ସହିଦ ଚଳାଇଥିଲା। ପରେ ପ୍ରତାପ ଏ ନେଇ ମଞ୍ଚେଶ୍ବର ଥାନାରେ ଲିଖିତ ଏତଲା ଦେଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଏକ ମାମଲା(୧୭୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୁଇଦିନ ତଳେ ରାଜା ଓ ସହିଦ୍‌ ପ୍ରତାପଙ୍କ କାର୍‌କୁ ବିକ୍ରି କରିବା ପାଇଁ ଭୁବନେଶ୍ବରର ଜଣେ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏକ ଲକ୍ଷ ୪୦ ହଜାର ଟଙ୍କାରେ ବିକ୍ରି ହେବା ପାଇଁ ଦର ଛିଣ୍ଡି ଥିଲା। ଖବରପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ପ୍ରତାପଙ୍କ ଗାଡ଼ିର ନମ୍ବରକୁ ବଦଳାଇ (ଓଡି ୦୬ ଡି ୬୬୩୪) ଏହି ଦୁଇ ଅଭିଯୁକ୍ତ ବିକିବା ପାଇଁ ଆସି ପହଞ୍ଚିବା ପରେ ଆଗରୁ ପ୍ରସ୍ତୁତ ପୁଲିସ ଦୁଇ ଜଣଙ୍କୁ ମାଡ଼ି ବସିଥିଲା। ସେମାନେ ନେଇ ଆସିଥିବା ଅନ୍ୟଗାଡ଼ି(ଟୟୋଟା କରୋଲା)କୁ ମଧ୍ୟ ପୁଲିସ ଧରିଥିଲା। ତାହା ପଶ୍ଚିମବଙ୍ଗ ପଞ୍ଜୀକୃତ ଓ ଗାଡ଼ିରେ ପ୍ରଦର୍ଶିତ ନମ୍ବର ମଧ୍ୟ ନକଲି ବୋଲି ପୁଲିସ ଜାଣି ପାରିଥିଲା। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ମୁଖ୍ୟଅଭିଯୁକ୍ତକୁ ଠାବ କରାଯାଇଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।



from ଅପରାଧ – Sambad http://bit.ly/2QchHfA

Post a Comment

0Comments
Post a Comment (0)