ଶାରଦା ଚିଟ୍‌ଫଣ୍ଡ: ଅଧିକ ସମୟ ପାଇଁ ରାଜୀବ ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ

zisanmohammad
0

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାର ନ୍ୟାୟିକ ପ୍ରକ୍ରିୟା ପାଇଁ ପାଇଥିବା ସମୟକୁ ବଢାଇବା ନିମନ୍ତେ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି।

ସୁପ୍ରିମ କୋର୍ଟ ଶାରଦା ଚିଟ୍‌ଫଣ୍ଡ ମାମଲାରେ ରାଜୀବଙ୍କୁ ନ୍ୟାୟିକ ପ୍ରକ୍ରିୟା ପାଇଁ ୭ ଦିନ ସମୟ ଦେଇଥିଲେ। ମେ’ ୧୭ ସୁଦ୍ଧା କୁମାର କୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ କୁମାରଙ୍କୁ ସମୟ ଦେଇ ସୁରକ୍ଷା ଦେଇଥିଲେ। ତେବେ କୋଲକାତା କୋର୍ଟର ଆଇନଜୀବୀମାନେ ଏବେ ଆ‌େନ୍ଦାଳନ କରୁଥିବାରୁ କୁମାରଙ୍କ ଆଇନଜୀବୀ ଏହି ପ୍ରକ୍ରିୟା ପାଇଁ କୁମାରଙ୍କୁ ଅଧିକ ସମୟ ଦେବା ପାଇଁ ଯୁକ୍ତି କରି ଆବେଦନ କରିଛନ୍ତି। କୁମାରଙ୍କ ଆଇନଜୀବୀ କହିଛନ୍ତି ଇତିମଧ୍ୟରେ ୪ ଦିନ ବିତିଗଲାଣି। ତେଣୁ ଏଥିପାଇଁ କୁମାରଙ୍କୁ କୋର୍ଟ ଅଧିକ ସମୟ ଦିଅନ୍ତୁ। ସୁପ୍ରିମ କୋର୍ଟର ଖଣ୍ଡପୀଠ କୁମାରଙ୍କ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଏହି ମାମଲାକୁ କୋର୍ଟର ପରବର୍ତ୍ତୀ ତାଲିକାରେ ସାମିଲ କରିବାକୁ କୁମାର କୋର୍ଟ ରେଜିଷ୍ଟ୍ରାର୍‌ଙ୍କଠାରେ ଆବେଦନ କରିପାରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମେ’ ୧୭ ପର୍ଯ୍ୟନ୍ତ କୁମାରଙ୍କୁ ଗିରଫରୁ ସୁରକ୍ଷା ଦେଇଥିଲେ। ଏହି ସମୟସୀମା ସରିଯିବା ପରେ ସୁପ୍ରିମ କୋର୍ଟର ଖଣ୍ଡପୀଠ ଏହି ସୁରକ୍ଷା ଫେରାଇ ନେଇଛନ୍ତି।



from ଦେଶ- ବିଦେଶ – Sambad http://bit.ly/2JvdPFW

Post a Comment

0Comments
Post a Comment (0)