ପାର୍କିଂକୁ ନେଇ ମା’, ଝିଅଙ୍କୁ ଆକ୍ରମଣ

zisanmohammad
0

ଭୁବନେଶ୍ବର: ସ୍କୁଟି ପାର୍କିଂକୁ ନେଇ ମା’ ଓ ଝିଅଙ୍କୁ ଆକ୍ରମଣ। ଏଭଳି ଘଟଣା ଘଟିଛି ଖାରବେଳ ନଗର ଥାନା ଅଧୀନ ଶାସ୍ତ୍ରୀ ନଗର ଅଞ୍ଚଳରେ। ଏନେଇ ଜୟନ୍ତୀ ସାହୁ ନାମକ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଜୟନ୍ତୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ କିଛିବର୍ଷ ହେବ ସେ ଶାସ୍ତ୍ରୀନଗରରେ ଜଣେ ପୂର୍ବତନ କର୍ପୋରେଟରଙ୍କ ଘରେ ଭଡ଼ାରେ ରହିଆସୁଛନ୍ତି। ତେବେ କୌଣସି କାରଣକୁ ନେଇ ପୂର୍ବତନ କର୍ପୋରେଟର ଓ ଜୟନ୍ତୀଙ୍କ ପରିବାର ସହ ବିବାଦ ଲାଗିରହିଛି। ସୋମବାର ସକାଳେ ଜୟନ୍ତୀଙ୍କ ଝିଅ ଘର ସମ୍ମୁଖରେ ସ୍କୁଟି ରଖିଥିଲେ। ପୂର୍ବତନ କର୍ପୋରେଟର ଜଣକ ସକାଳୁ ଘରୁ ବାହାରିବା ବେଳକୁ ସ୍କୁଟି ଥିବା ଦେଖି ରାଗିଯାଇଥିଲେ। ସେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିଥିଲେ। ପାଟି ଶୁଣି ଯୁବତୀ ଜଣକ ଦୌଡ଼ି ଆସି ସ୍କୁଟିକୁ ସେଠାରୁ ବାହାର କରୁଥିବା ସମୟରେ ପୂର୍ବତନ କର୍ପୋରେଟର ତାଙ୍କୁ ମାଡ଼ ମାରିଥିଲେ। ଏହା ଦେଖି ଜୟନ୍ତୀ ଅଟକାଇଥିଲେ। ହେଲେ ସେ ମଧ୍ୟ ତାଙ୍କ ଆକ୍ରୋଶରୁ ବାଦ ପଡ଼ିନଥିଲେ। ଏନେଇ ଜୟନ୍ତୀ ଖାରବେଳ ନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ପୁଲିସ କହିଛି ଯେ, ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ପରେ ସେମାନଙ୍କୁ ଛାଡ଼ିଦିଆଯାଇଛି।



from ଅପରାଧ – Sambad http://bit.ly/2IASvye

Post a Comment

0Comments
Post a Comment (0)