ସ୍ବାଧୀନ ପ୍ରାର୍ଥୀ ଭୀଷ୍ମ ନାରାୟଣଙ୍କୁ ଛୁରାମାଡ଼

zisanmohammad
0

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ‌ ପାଇଁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ସାମାଜିକ କର୍ମୀ ଭୀଷ୍ମ ନାରାୟଣ ନାୟକଙ୍କୁ ଆଜି ରାତି ପ୍ରାୟ ୧୦ଟା ୩୦ ସମୟରେ ଛୁରାମାଡ଼ ହୋଇଛି। ସେ ସାମନ୍ତରାପୁର ନିକଟରେ ଥିବା ବେଳେ କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରାମଡ଼ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ନିର୍ବାଚନ ଥିବା ବେଳେ ରାତିରେ କିଏ କାହିଁକି ତାଙ୍କୁ ଏପରି ଆକ୍ରମଣ କଲା ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।



from ଅପରାଧ – Sambad http://bit.ly/2IOmm5z

Post a Comment

0Comments
Post a Comment (0)