ଭୁଶୁଡ଼ିବ ଭଉଁରିଆ ସେତୁ!

zisanmohammad
0

ଅସ୍ତରଙ୍ଗ : ଅସ୍ତରଙ୍ଗ ଭଉଁରିଆ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ସେତୁ ଦେଇ ପ୍ରତିଦିନ ଶହଶହ ଗାଡ଼ି ଓ ଭାରୀଯାନ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର କଟକଣା ଜାରି କରାଯାଉ ନାହିଁ। ଫଳରେ ସେତୁଟି ଏବେ ଭୁଶୁଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରାୟ ୫୦ରୁ ୬୦ବର୍ଷ ତଳେ ନିର୍ମିତ ହୋଇଥିବା ଏହି ସେତୁର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସମୁଦ୍ରକୁ ସଂଲଗ୍ନ ହୋଇଥିବା ଏହି ନଦୀରେ ପ୍ରତିବର୍ଷ ବନ୍ୟା ଓ ବଡ଼ବଡ଼ ଲୁଣି ଜୁଆରର ପ୍ରଭାବରେ ସେତୁର ତଳ ଅଂଶ‌େର ଥିବା ଲୁହାପ୍ଲେଟ୍ କଳଙ୍କି ଲାଗି କ୍ଷୟ ହେବାରେ ଲାଗିଛି। ସେହିପରି ସେତୁ ଉପରେ ଭାରୀଯାନ ଯାତାୟତ କରୁଥିବାରୁ ପିଲର୍‌ଗୁଡିକ ତଳକୁ ଦବିବାକୁ ଲାଗିଲାଣି। ସେତୁର ଅନେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ଦିନକୁ ଦିନ ଏହି ସେତୁଟି ଦୁର୍ବଳ ହେବାରେ ଲାଗିଛି। ସେତୁର ଅବସ୍ଥାକୁ ଦେଖିଲେ କୌଣସି ମୂହୁର୍ତ୍ତରେ ଏକ ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ଏହାର ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



from ଜିଲ୍ଲା – Sambad http://bit.ly/2W21Ke8

Post a Comment

0Comments
Post a Comment (0)