ନରିନଙ୍କୁ ଚିଡ଼ାଇଲେ କୋହଲି

zisanmohammad
0

କୋଲକାତା: ଶୁକ୍ରବାରର କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମ୍ୟାଚ୍ ଯେତିକି ସଂଘର୍ଷପୂର୍ଣ୍ଣ ଥିଲା ସେତିକି ମଜାଦାର ମଧ୍ୟ ରହିଥିଲା। ବିଶେଷ କରି ଆରସିବି ପାଳିର ଅଷ୍ଟାଦଶ ଓଭରର ଶେଷ ବଲ୍‌ରେ ଅଧିନାୟକ ବିରାଟ କୋହଲି ଓ କୋଲକାତା ବୋଲର ସୁନୀଲ ନରିନଙ୍କ ମଧ୍ୟରେ ଘଟିଥିବା ଏକ ଘଟଣା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଅଷ୍ଟାଦଶ ଓଭରର ଶେଷ ବଲ୍‌କୁ ବୋଲିଂ କରିବା ପୂର୍ବରୁ ନରିନ ଟିକେ ଅଟକି ଯାଇଥିଲେ। ସେ ମଙ୍କଡିଂ କରିବାକୁ ଯୋଜନା କରୁଥିବା ଆଶଙ୍କା‌ରେ କୋହଲି ତୁରନ୍ତ ବୁଲି ପଡ଼ି ତାଙ୍କ ବ୍ୟାଟ୍ କ୍ରିଜ୍ ଭିତରେ ରଖି ଦେଇଥିଲେ। ନରିନ ମଙ୍କଡିଂ କରିବାର କୌଣସି ସଙ୍କେତ ମିଳି ନଥିଲେ ମଧ୍ୟ କୋହଲି ତାଙ୍କୁ ଚିଡ଼ାଇବା ଲାଗି ଏଭଳି କରିଥିଲେ।



from ଖେଳ – Sambad http://bit.ly/2Uwqp90

Post a Comment

0Comments
Post a Comment (0)