ପାକିସ୍ତାନୀ ସୁଟର୍‌ଙ୍କୁ ଭିସା ମନା: ଭବିଷ୍ୟତରେ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ କରିବାରୁ ଭାରତକୁ ବାସନ୍ଦ କଲା ଆଇଓସି

zisanmohammad
0

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଦୁଇ ପାକିସ୍ତାନୀ ପ୍ରତିଯୋଗୀଙ୍କୁ ଭିସା ଦେବାକୁ ମନା କରିବାରୁ ଭବିଷ୍ୟତରେ ଭାରତ ଖେଳକୁଦ ଆୟୋଜନ କରାଇବାକୁ କରିଥିବା ସମସ୍ତ ଆବେଦନକୁ ଇଣ୍ଟର୍‌ନେସ୍‌ନାଲ୍‌ ଅଲିମ୍ପିକ୍‌ କମିଟି (ଆଇଓସି) ରଦ୍ଦ କରିଛି। ଭାରତରେ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବାକୁ ଆନ୍ତର୍ଜାତିକ ସ୍ପୋର୍ଟସ୍‌ ଫେଡେରେସନ୍‌କୁ କହିଛି ଆଇଓସି।

ଆଇଓସି କହିଛି ପ୍ରତିଯୋଗୀଙ୍କୁ ଭିସା ଦେବାକୁ ଅଗ୍ରାହ୍ୟ କରିବା ହେଉଛି ଅଲିମ୍ପିକ୍‌ ଚାର୍ଟର୍‌ ନିୟମ ବିରୁଦ୍ଧ। ଏହା ବୈଷମ୍ୟ ଓ ରାଜନୈତିକ ହସ୍ତକ୍ଷେପ ବୋଲି ବିବେଚନା କରାଯାଏ।

ଆଇଓସି ଏକ ବିବୃତିରେ କହିଛି: ମାମଲା ସଂକ୍ରାନ୍ତରେ ଜାଣିଥିବାରୁ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ବହୁ ଆଲୋଚନା ଓ ଶେଷ ମୁହୂର୍ତ୍ତ ଉଦ୍ୟମ ସତ୍ତ୍ୱେ ଠିକଣା ସମୟରେ ଭାରତରେ ପ୍ରବେଶ କରି ପ୍ରତିଯୋଗିତାରେ ଭାଗ ନେବାକୁ କୌଣସି ସମାଧାନ ବାହାରି ପାରି ନ ଥିଲା।

ଫଳରେ ଆଇଓସିର ଏକ୍‌ଜୁକ୍ୟୁଟିଭ୍‌ ବୋର୍ଡ ଭାରତୀୟ ଏନ୍‌ଓସି ଓ ସରକାରଙ୍କ ସହ ଭବିଷ୍ୟତ ଖେଳ ଆୟୋଜନ ସଂକ୍ରାନ୍ତ ସମସ୍ତ ଆବେଦନ ଉପରେ ଆଲୋଚନ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି।



from ଦେଶ- ବିଦେଶ – Sambad https://ift.tt/2T4Etdf

Post a Comment

0Comments
Post a Comment (0)