ନବୀନ ଜିନ୍ଦଲଙ୍କୁ ଶ୍ରେଷ୍ଠ ପୋଲୋ ଖେଳାଳି ସମ୍ମାନ

zisanmohammad
0

ଭୁବନେଶ୍ବର: ଜୟପୁର ପୋଲୋ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ମହାରାଜା ଜିୱାଜି ରାଓ ଗୋଲ୍ଡ କପ୍‌ ଫାଇନାଲ୍‌ ପୋଲୋ ମ୍ୟାଚ୍‌ରେ ଜିନ୍ଦଲ ଷ୍ଟିଲ ଓ ପାୱାର ଅଧ୍ୟକ୍ଷ ନବୀନ ଜିନ୍ଦଲ ସର୍ବଶ୍ରେଷ୍ଠ ପୋଲୋ ଖେଳାଳି ଭାବେ ସମ୍ମାନିତ କରାଯାଇଛି। ଏକ ଆକର୍ଷଣୀୟ ଗୋଲ୍‌ କରି ନବୀନ ନିଜ ଦଳ ଜିନ୍ଦଲ ପାନ୍ଥର୍ସକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଥିଲା। ଏକ ପ୍ରତିଷ୍ଠିତ ପୋଲୋ ଖେଳାଳି ହେବା ସହିତ ନବୀନ ଜିନ୍ଦଲ ‌ମଧ୍ୟ ସଫଳ କ୍ରୀଡ଼ାବିତ୍‌। ସ୍କିଟ୍‌ ବନ୍ଧୁକ ଚାଳନାରେ ସେ ଜାତୀୟ କୀର୍ତ୍ତିମାନର ଅଧିକାରୀ। ତାଙ୍କ ନେତୃତ୍ବରେ ଭାରତୀୟ ବନ୍ଧୁକଚାଳନା ଦଳ ୨୦୦୪ ଦକ୍ଷିଣ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ପାଇଥିଲା। ୨୦୦୨ରେ ଦକ୍ଷିଣ କୋରିଆର ବୁସାନ୍‌ରେ ଅନୁ‌ଷ୍ଠିତ ଏସୀୟ କ୍ରୀଡ଼ାରେ ‌ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ। ଏଥିସହ ଶ୍ରୀ ଜିନ୍ଦଲ ଫ୍ଲାଗ୍‌୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ସଭାପତି।



from ଖେଳ – Sambad https://ift.tt/2EnJ3Ls

Post a Comment

0Comments
Post a Comment (0)