
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଘଟାଇଥିବା ଆତ୍ମଘାତୀ ଆକ୍ରମଣକୁ ପ୍ରାୟ ୧ ସପ୍ତାହ ହୋଇଗଲାଣି। ଇତିମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବେଶ୍ ବଢ଼ିଯାଇଛି। ପାକିସ୍ତାନକୁ ଉପଯୁକ୍ତ ଯବାବ ଦେବା ପାଇଁ ଭାରତ ଗୋଟିଏ ପରେ ଗୋଟିଏ ଉପାୟ ଅବଲମ୍ବନ କରିଚାଲିଛି। ପୂର୍ବରୁ ପାକିସ୍ତାନକୁ ଭାରତର ଟମାଟର୍ ଚାଷୀମାନେ ଟମାଟର୍ ବିକିବା ବନ୍ଦ କରି ସାରିଛନ୍ତି। ଫଳ ଉପରେ ଆବଶ୍ୟକଠାରୁ ବେଶି ପରିମାଣର କର ଲାଗବା ପାକ୍କୁ ମହଙ୍ଗା ପଡ଼ିଛି। ସୀମାରେ ପାଣି କଟକଣା ହେବା ନେଇ ମଧ୍ୟ ଘୋଷଣା ହୋଇ ସାରିଲାଣି।
Punjab: Import of goods has stopped from Attari-Wagah border following #Pulwama terrorist attack. A trader Rajdeep Uppal says, ‘all trade orgs support the govt’s decision. We are surprised to know that land trade routes in Kashmir are still open, making the ban ineffective.” pic.twitter.com/R4iJzi4JBl
— ANI (@ANI) February 22, 2019
ଏତେ ସବୁ ପରେ ଏବେ ଭାରତ ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବାର ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ପାକିସ୍ତାନକୁ ପୂର୍ବଞ୍ଚଳ ନଦୀ ଜଳ ବନ୍ଦ କରିବା ଘୋଷଣା କରିବାର ପରଦିନ ହିଁ ଏହି ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ସୀମାରେ ସାମଗ୍ରୀ ଆମଦାନୀ ବନ୍ଦ କରିବା ନିଷ୍ପତ୍ତି ଉପରେ ବ୍ୟବସାୟୀ ରାଜଦୀପ ଉପଲ ନିଜର ମତ ରଖି କହିଛନ୍ତି, ‘ବ୍ୟବସାୟୀ ସଂଗଠନ ସରକାରୀଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି।’ ଏହାଛଡ଼ା ସେ କଶ୍ମୀରରେ ଭୂମି ବେପାର ମାର୍ଗ ଏବେ ବି ଖୋଲା ରହିଛି ବୋଲି ବ୍ୟକ୍ତ କରିଛନ୍ତି, ଯାହାକି ଭାରତ ସରକାର ନେଇଥିବା ଇଣ୍ଡୋ-ପାକ୍ ମଧ୍ୟରେ ବେପାର ବନ୍ଦ ନିୟମକୁ ଭଙ୍ଗ କରୁଛି।
from ଦେଶ- ବିଦେଶ – Sambad https://ift.tt/2IsLyjv