ଭାରତର ପାଣି ବନ୍ଦ ନିଷ୍ପତ୍ତିରେ ଚିନ୍ତିତ ନୁହେଁ ପାକିସ୍ତାନ, ଆସିଲା ଉତ୍ତର

zisanmohammad
0

ଇସ୍‌ଲାମବାଦ୍‌: ସୀମାରେ ପାକିସ୍ତାନକୁ ଯୋଗାଇ ଦିଆଯାଉଥିବା ପୂର୍ବାଞ୍ଚଳ ନଦୀ ଜଳ ଯୋଗାଣ ବନ୍ଦ କରିବା ନେଇ ଭାରତ ଘୋଷଣା କରିବା ପରଦିନ ହିଁ ଉତ୍ତରରେ ପାକିସ୍ତାନ ପକ୍ଷରୁ ଜବାବ ଆସିଛି କି ଯେହେତୁ ଏହା ସିନ୍ଧୁ ଜଳ ସନ୍ଧି(ଆଇଡବ୍‌ଲୁଟି) ନିୟମକୁ ଉଲଂଘନ କରୁନାହିଁ ତେଣୁ ଏଥିରେ ଆମର କୌଣସି ଆପତ୍ତି ନାହିଁ। ଏ ନେଇ ଇସ୍‌ଲାମବାଦ୍‌ର ଅଧିକାରୀ ଜଣାଇଛନ୍ତି ଯେ ଯଦି କେବଳ ଦିଲ୍ଳୀ ପଶ୍ଚିମାଞ୍ଚଳ ନଦୀ ଜଳକୁ ପାକିସ୍ତାନକୁ ନ ଦେବା ପାଇଁ ନିଷ୍ପତ୍ତି ନିଏ ତାହାଲେ ଯାଇ ସେମାନେ ଚିନ୍ତିତ ହେବେ।

ଉଲ୍ଲେଖଯୋଗ୍ୟ, ଭାରତର କେନ୍ଦ୍ର ଜଳ ସମ୍ବଳ ମନ୍ତ୍ରୀ ନୀତିକ ଗଡ଼କରି ଗତକାଲି ଟୁଇଟ୍‌ କରି ଘୋଷଣା କରିଥିଲେ ଯେ ସୀମାନେ ଆଙ୍କବାଦ ଆକ୍ରମଣର ଜବାବ ସ୍ୱରୁପ ଭାରତ ସରକାର ପୂର୍ବାଞ୍ଚଳ ନଦୀ ଜଳକୁ ପାକିସ୍ତାନକୁ ନଦେବାକୁ ଚିନ୍ତା କରିଛନ୍ତି। ସେହି ନଦୀ ଜଳକୁ ଜମ୍ମୁ-କଶ୍ମୀର ଆଡ଼େ ଦିଆଯିବ। ଏ ସଂପର୍କରେ ଗଡକରୀଙ୍କ ପାକିସ୍ତାନୀ ପ୍ରତିପକ୍ଷ ଖଓ୍ଵାଜା ସୁମେଲ୍‌ କହିଛନ୍ତି କି, ‘ଭାରତର ଏପରି ପଦକ୍ଷେପରେ ଆମର କୌଣସି ଆପତ୍ତି ନାହିଁ କିମ୍ବା ଚିନ୍ତିିତ ହେବାର କୌଣସି କାରଣ ନାହିଁ।



from ଦେଶ- ବିଦେଶ – Sambad https://ift.tt/2Isuryk

Post a Comment

0Comments
Post a Comment (0)