ନିର୍ବାଚନ ପୂର୍ବରୁ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବ ଗୁଗୁଲ୍‌, ଓଡ଼ିଆ ସମେତ ୧୦ଟି ଭାଷାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦକ୍ଷ କରାଇବ କମ୍ପାନି

zisanmohammad
0

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ମହଲରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଶ୍ୱର ସବୁଠାରୁ ବଡ଼ ସର୍ଚିଂ କମ୍ପାନି ଗୁଗୁଲ୍‌ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚିନ୍ତା କରୁଛି। ଅନ୍‌ଲାଇନ୍‌ ଭେରିଫିକେସନ୍‌, ଫ୍ୟାକ୍ଟ ଚେକିଂ, ଡିଜିଟାଲ୍‌ ସୁରକ୍ଷା ଓ ନିରାପତ୍ତା, ୟୁଟ୍ୟୁବ୍‌ ଏବଂ ଡାଟା ଭିଜୁଆଲାଇଜେସନ୍‌ ସଂପର୍କରେ ସାମ୍ବାଦିକମାନଙ୍କୁ ଅଧିକ ଦକ୍ଷ କରାଇବା ଦ୍ୱାରା ନିର୍ବାଚନ ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସୂଚନା ରହିଛି।

ଫେବ୍ରୁଆରି ୨୬ରୁ ଏପ୍ରିଲ୍‌ ୬ ମଧ୍ୟରେ ଓଡ଼ିଆ ସମେତ ୧୦ଟି ଭାଷାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ ଗୁଗୁଲ୍‌ ଇନିସିଏଟିଭ୍‌, ଥାର୍ଡ ପାର୍ଟି ସଂସ୍ଥା ଡାଟା ଲିଡ୍‌ଓ ଏବଂ ଇଣ୍ଟରନିଉଜ୍‌। ଇଂରାଜି, ହିନ୍ଦି, ମାଲାୟଲମ, ବଙ୍ଗଲା, କାନ୍ନାଡା, ଗୁଜୁରାଟୀ, ଓଡ଼ିଆ, ତାମିଲ୍‌, ତେଲ୍‌ଗୁ ଏବଂ ମରାଠୀ ଭାଷାରେ ଏହି ପ୍ରଶିକ୍ଷଣ ଦିଆଯିବା ପାଇଁ ସ୍ଥିର ହୋଇଛି। ସମୁଦାୟ ୩୦ଟି ବଛା ବଛା ସହରରେ ସାମ୍ବାଦିକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ରହିଛି।

ଉଲ୍ଳେଖଯୋଗ୍ୟ, ୨୦୧୬ ପରଠାରୁ ଗୁଗୁଲ୍‌ ୧୩ ହଜାରରୁ ଊର୍ଧ୍ୱ ସାମ୍ବାଦିକମାନଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେଇ ସାରିଛି। ୪୦ଟି ସହର ଓ ୨୦୦ଟି ନିଉଜ୍‌ରୁମ୍‌ରେ ଗୁଗୁଲ୍‌ ଏହି ପ୍ରଶିକ୍ଷଣ ଦେଇଥିବା ସୂଚନା ରହିଛି।



from ଦେଶ- ବିଦେଶ – Sambad https://ift.tt/2TcIigk

Post a Comment

0Comments
Post a Comment (0)