ଆତଙ୍କବାଦୀଙ୍କୁ ପୁଲଓ୍ଵାମା ଆକ୍ରମଣର ଜବାବ ମିଳିବ: ଯୋଗୀ ଆଦିତ୍ୟନାଥ

zisanmohammad
0

ଖୋର୍ଦ୍ଧା: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଫେବ୍ରୁଆରି ୧୪ରେ ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗୀ କହିଛନ୍ତି, ଆତଙ୍କବାଦୀଙ୍କୁ ପୁଲଓ୍ଵାମା ଆକ୍ରମଣର ଜବାବ ମିଳିବ। ଏଥି ପାଇଁ ଆମର ବୀର ଯବାନ ମାନେ ପ୍ରସ୍ତୁତ ଅଛନ୍ତି। ଭାରତରେ ଅରାଜକତା ବ୍ୟାପୀବାକୁ ଦିଆଯିବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଏହି ଯୋଜନାରେ ଓଡ଼ିଶାରେ କମ୍‌ ପରିମାଣ ଘର ନିର୍ମାଣ ହୋଇଛି କିନ୍ତୁ ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଘର ତିଆରି ହୋଇଛି। କେନ୍ଦ୍ର ସରକାର ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଓଡ଼ିଶା ସରକାର ସ୍ମାରକୀ ନିର୍ମାଣ ପାଇଁ ଜମି ଦେଉ ନାହାନ୍ତି।

 

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଯୋଗୀ ସମ୍ବୋଧନରେ କହିଛନ୍ତି, ବିଜେପିର ମିଶନ ୧୨୦ ପୂରଣରେ ଓଡ଼ିଶାର ଭୂମିକା ରହିବ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆପଣଙ୍କୁ ସହଯୋଗ ଜରୁରୀ ଅଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲୋକେ ଉପକୃତ ହୋଇଛନ୍ତି। ଦେଶର ୧୨ କୋଟି ଜନତାଙ୍କୁ ଏଥିରୁ ଲାଭ ମିଳିଛି। ଏହି ମହାନ କାମ ପାଇଁ ଓଡ଼ିଶା ମାଟିର ସନ୍ତାନ ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଉଛି।



from ରାଜନୀତି – Sambad https://ift.tt/2BLrW4x

Post a Comment

0Comments
Post a Comment (0)