ଯୋଗୀ ମିଛୁଆ, ‘କାଳିଆ’ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନି: ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ

zisanmohammad
0

ଭୁବନେଶ୍ୱର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡି ମୁଖପାତ୍ର ପ୍ରତାପ ଦେବ କଡ଼ା ଜବାବ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଯୋଗୀଙ୍କ ଟାର୍ଗେଟ ପ୍ରସଙ୍ଗରେ ପ୍ରତାପ ଦେବ କହିଛନ୍ତି, କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁ ନାହିଁ। ରାଜ୍ୟ ସରକାର ‘ଡିବିଟି’ ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଉତ୍ତର ପ୍ରଦେଶରେ ୨୦ ଲକ୍ଷ ଘର ଦେବା କଥା ମିଛ, ଯୋଗୀ ବାହାସ୍ପୋଟ ମାରୁଛନ୍ତି ବୋଲି ପ୍ରତାପ କହିଛନ୍ତି।

ସେହିପରି ବିଜେଡ଼ି ମୁଖପାତ୍ର ପଂଚାୟତ ନିର୍ବାଚନର ଫଳ ଆଗାମୀ ନିର୍ବାଚନରେ ପୁନରାବୃତ୍ତି ହେବାକୁ ଦେବୁ ନାହିଁ ବୋଲି କହିଛନ୍ତି। ଓଡ଼ିଶାରେ ପୁନରାବୃତ୍ତି ହେବନି, ବିଜେଡି ୧୦୦ରୁ ଉର୍ଦ୍ଧ୍ୱ ଆସନରେ ଜିତିବ। ଯୋଗୀ ଋଣ ଛାଡ଼ କରିବେ କହି ଉତ୍ତରପ୍ରଦେଶରେ ୧୫ରୁ ୧୭ ଟଙ୍କା ଛାଡ଼ କରିଛନ୍ତି। ସେ ଓଡ଼ିଶା ଆସି ଚାଷ ଓ ଚାଷୀଙ୍କ ବିଷୟରେ କହିବା ହାସ୍ୟସ୍ପଦ।

ସୂଚନାଯୋଗ୍ୟ ଓଡ଼ିଶା ଗସ୍ତରେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯୋଗୀ କହିଥିଲେ, ଏହି ଯୋଜନାରେ ଓଡ଼ିଶାରେ କମ୍‌ ପରିମାଣ ଘର ନିର୍ମାଣ ହୋଇଛି କିନ୍ତୁ ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଘର ତିଆରି ହୋଇଛି। କେନ୍ଦ୍ର ସରକାର ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଓଡ଼ିଶା ସରକାର ସ୍ମାରକୀ ନିର୍ମାଣ ପାଇଁ ଜମି ଦେଉ ନାହାନ୍ତି।

ଯୋଗୀ ସମ୍ବୋଧନରେ କହିଥିଲେ, ବିଜେପିର ମିଶନ ୧୨୦ ପୂରଣରେ ଓଡ଼ିଶାର ଭୂମିକା ରହିବ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆପଣଙ୍କୁ ସହଯୋଗ ଜରୁରୀ ଅଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲୋକେ ଉପକୃତ ହୋଇଛନ୍ତି। ଦେଶର ୧୨ କୋଟି ଜନତାଙ୍କୁ ଏଥିରୁ ଲାଭ ମିଳିଛି।



from ରାଜନୀତି – Sambad https://ift.tt/2U4rEgk

Post a Comment

0Comments
Post a Comment (0)