କଳାହାଣ୍ଡିରେ ପାକିସ୍ତାନ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ: କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ

zisanmohammad
0

ଭବାନୀପାଟଣା: ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଛତିଶଗଡ଼ ରାଜଧାନୀ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚି କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସେ। ଭାବନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ କର୍ମୀ ସମାବେଶରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହାପରେ ଦଳୀୟ ସମାବେଶରେ ଅଭିଭାଷଣ ଦେଇ ସେ ପାକିସ୍ତାନ ଉପରେ ବର୍ଷିଥିଲେ। ସେ କହିଥିଲେ, ଆଜି ପାକିସ୍ତାନ ଓ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଭାରତକୁ ଡରୁଛନ୍ତି । ତେବେ ଆତଙ୍କବାଦ ବିରୋଧରେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର । ପାକିସ୍ତାନକୁ କଡା ତାଗିଦ କରି ଯୋଗୀ କହିଛନ୍ତି କି, କାଶ୍ମୀରରେ ଭାରତ ବିରୋଧରେ ବନ୍ଧୁକ ଉଠିଲେ ମୃତ୍ୟୁଦଣ୍ଡ ଦିଆଯିବ। ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି ପାକିସ୍ତାନ ଉପରେ ବି ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ ।

ଏଥିସହ ଯୋଗୀ କହିଥିଲେ କି ଦେଶର ସୀମାରେ ବାହାଦୁର ଯବାନମାନେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛନ୍ତି । ଆତଙ୍କବାଦୀମାନେ ଭାରତର ନାଗରିକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ତେବେ ଏହାର ଜବାବ କେବଳ ମୋଦି ସରକାର ଦେଇପାରିବେ ବୋଲି ଲୋକେ ଆଶା କରିଛନ୍ତି ।



from ରାଜନୀତି – Sambad https://ift.tt/2U2BH5m

Post a Comment

0Comments
Post a Comment (0)