ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

zisanmohammad
0

ଶିକ୍ଷା ଏକ ସେବାଭିତ୍ତିକ ଶିଳ୍ପ ହୋଇଥିବାରୁ ଏଥିରେ ସଫଳ ହେବା ପାଇଁ କ’ଣ ଆବଶ୍ୟକ?
ଶିକ୍ଷା ଏକ ସେବା ଭିତ୍ତିକ ଶିଳ୍ପ। ତେଣୁ ଏ କ୍ଷେତ୍ରରେ ସଫଳ ହେବାକୁ ହେଲେ ଭାଲ୍ୟୁ ପ୍ରପୋଜିସନ୍, ଉନ୍ନତମାନର ସେବା, ଅନ୍ୟମାନଙ୍କଠାରୁ ପୃଥକ୍ ଏବଂ ଦୀର୍ଘମିଆଦୀ ଲକ୍ଷ୍ୟ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।
ଶିକ୍ଷାକୁ ଓଡ଼ିଶାରେ ଉଚ୍ଚକୁ ନେବାପାଇଁ କ’ଣ ଆବଶ୍ୟକ?
ଉତ୍କର୍ଷ ଆଣିବାକୁ ହେଲେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମକୁ ଆସିବାକୁ ହେବ। ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରତିଯୋଗିତା ସହିତ ସହଯୋଗିତା (କୋ-ଅପିଟିସନ) ରହିଲେ ରାଜ୍ୟରେ ଶିକ୍ଷାକୁ ଉଚ୍ଚତର ସୋପାନକୁ ନିଆଯାଇ ପାରିବ।
ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାକୁ ନେଇ ଆପଣଙ୍କ ଅଭିଜ୍ଞତା କ’ଣ?
ଆମ ପୂର୍ବପୁରୁଷରେ କେହି ଉଦ୍ୟୋଗୀ ନଥିଲେ। ଆଇଆଇଏମ୍‌ ଏବଂ ରିଜର୍ଭ ବ୍ୟାଙ୍କର ଉଚ୍ଚ ପଦବି ଛାଡ଼ି ଶିକ୍ଷାନୁଷ୍ଠାନ ଆରମ୍ଭ କରିବା ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ତଥାପି ଉଚ୍ଚରେ ଉଡ଼ିବା ପାଇଁ ସିଗଲ୍ ପକ୍ଷୀର ଚରିତ୍ରରୁ ପ୍ରେରଣା ଲାଭ କରି ଏ କ୍ଷେତ୍ରରେ ଆଗକୁ ବଢ଼ିବା ପ୍ରୟାସ ଜାରି ରଖିଛି।
ଉଦ୍ୟୋଗ ସ୍ଥାପନ ପାଇଁ ଆଗ୍ରହୀ ଯୁବପିଢ଼ିଙ୍କୁ କ’ଣ ପରାମର୍ଶ ଦେବେ?
ଉଦ୍ୟୋଗ ଜଗତରେ ସଫଳ ହେବା ପାଇଁ କୌଣସି ସର୍ଟକଟ୍ ବା କାଟଛାଣ୍ଟ ନାହିଁ। ଏଥିପାଇଁ ଧୈର୍ଯ୍ୟ, ଅଧ୍ୟବ୍ୟସାୟ, ଦୂରଦୃଷ୍ଟି, ନୈତିକ ମୂଲ୍ୟବୋଧ ରହିବା ଆବଶ୍ୟକ।
ସମ୍ବାଦର ଏହି ପୁରସ୍କାର ସମ୍ପର୍କରେ ଆପଣ କ’ଣ କହିବେ?
ସମ୍ବାଦ ସବୁବେଳେ ନୂଆ ନୂଆ ବିଷୟ କାର୍ଯ୍ୟକାରୀ କରିଥାଏ। ଏହି ପୁରସ୍କାର ଏକ ନୂଆ ଓ ପ୍ରଶଂସନୀୟ ପଦକ୍ଷେପ। ରାଜ୍ୟରେ ଶିଳ୍ପ ବିପ୍ଳବ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଚଳାଇଛନ୍ତି ଏହି ପୁରସ୍କାର ସେଥିରେ ସହାୟକ ହେବ।



from ବାଣିଜ୍ୟ – Sambad http://bit.ly/2Cx3Kn3

Post a Comment

0Comments
Post a Comment (0)