ମୁହଁ ଖୋଲିଲେ ଆଉ ଜଣେ ଅର୍ଥନୀତିଜ୍ଞ

zisanmohammad
0

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧିର ମନ୍ଥର ଗତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୌଶିକ ବସୁ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଦେଶର ଅନେକ କ୍ଷେତ୍ରରେ ସମସ୍ୟା ରହିଛି ଓ ସେଥିପାଇଁ ଅଭିବୃଦ୍ଧି କମିଯାଇଛି। କମ୍ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ କାମ କରିଥିବା ବସୁ କହିଛନ୍ତି ଯେ, କୃଷି କ୍ଷେତ୍ରରେ ସମସ୍ୟା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଚାଷୀମାନଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଛି। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ଅବଧିରେ ଦେଶର ଅଭିବୃଦ୍ଧି ହାର ୭.୧%କୁ ଖସିଯାଇଛି। ଅଭିବୃଦ୍ଧିରେ ଦେଖାଦେଇଥିବା ଏହି ହ୍ରାସର ଧାରା ଆଉ ଛଅ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ ଓ ତାହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ବୋଲି ବସୁ କହିଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସ୍ଥିତି ପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି। ୨୦୧୬ ଡିସେମ୍ବରରୁ ୨୦୧୭ ଜାନୁଆରି ଭିତରେ ଯେଉଁ ଚାଷୀମାନେ ଋଣ ବୋଝ ତଳେ ଚାପି ହୋଇଯାଇଥିଲେ ସେମାନଙ୍କ ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ହୋଇପାରିନାହିଁ। କୃଷି କ୍ଷେତ୍ରରେ ପୂର୍ବଭଳି ସମସ୍ୟା ରହିଛି ବୋଲି ସେ କହିଛନ୍ତି।



from ବାଣିଜ୍ୟ – Sambad http://bit.ly/2TbI71k

Post a Comment

0Comments
Post a Comment (0)