ବାଜପେୟୀଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା

zisanmohammad
0

ନୂଆଦିଲ୍ଲୀ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ସରକାର ଆଜି ତାଙ୍କ ସ୍କୃତିରେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ମାରକୀ ମୁଦ୍ରାର ଉନ୍ମୋଚନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ସଭାପତି ଅମିତ ଶାହ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ଼ଭାନୀ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫ରେ ହୋଇଥିବାବେଳେ ଏହି ଦିନକୁ ଉତ୍ତମ ଶାସନ ଦିବସଭାବେ ପାଳନ କରାଯାଇ ଆସୁଛି। ଚଳିତବର୍ଷ ଡିସେମ୍ବର ୧୬ ତାରିଖରେ ବାଜପେୟୀଙ୍କର ଦେହାନ୍ତ ହୋଇଯାଇଛି। ଭାରତ ସରକାର ତାଙ୍କୁ ୨୦୧୪ରେ ଭାରତ ରତ୍ନ ପ୍ରଦାନ କରିଥିଲେ। ଏହି ସ୍ମାରକୀ ମୁଦ୍ରାର ଗୋଟିଏ ପଟେ ବାଜପେୟୀଙ୍କ ଛବି ସହିତ ତାଙ୍କ ଜନ୍ମ ଓ ମୃତ୍ୟୁ ମସିହା ଲେଖାଯାଇଛି। ସେହିଭଳି ଅନ୍ୟପାର୍ଶ୍ବରେ ଅଶୋକ ସ୍ତମ୍ଭ ସହିତ ମୁଦ୍ରାର ସଙ୍କେତ ସମେତ ମୂଲ୍ୟ ଲେଖାଯାଇଛି। ‌ବିଭିନ୍ନ ମହାପୁରୁଷଙ୍କ ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବରେ ସରକାର ଏପ୍ରକାର ମୁଦ୍ରା ଉନ୍ମୋଚନ କରିଥାନ୍ତି। ତେବେ ଏସବୁକୁ ମୁଦ୍ରା ବଜାରରେ ପ୍ରଚଳନ ହୋଇ ନଥାଏ।



from ବାଣିଜ୍ୟ – Sambad http://bit.ly/2CyutQ4

Post a Comment

0Comments
Post a Comment (0)