ପୀଡ଼ିତା ଛାତ୍ରୀ ନିଜ ଉପରେ ହୋଇଥିବା ଅତ୍ୟାଚାର ସଂପର୍କରେ ଲେଖିଲେ ବ୍ଲଗ୍‌

zisanmohammad
0

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଚାନ୍ଦିନୀଚୌକ ଅଞ୍ଚଳରେ ତିନି ଦିନ ତଳେ ପରିବାର ଲୋକଙ୍କ ସହିତ ସପିଂ କରିବାକୁ ଯାଇଥିଲେ ଦୁଇ ଯାଆଁଳା ଭଉଣୀ। ସେହି ଦୁଇ ଭଉଣୀଙ୍କୁ କିଛି ଯୁବକ ରାସ୍ତାରେ ଛେଡଛାଡ୍‌ କରିଥିଲେ। ଦୁଇ ଭଉଣୀ ଏହାର ବିରୋଧ କରିବା ପରେ ଉଭୟଙ୍କୁ ଲାତ ଓ ବିଧା ମାରିଥିଲେ ଅସାମାଜିକ ଯୁବକମାନେ। ଏପରିକି ସେମାନଙ୍କ ଆଖିରେ ବି ଗଭୀର କ୍ଷତ ସୁଷ୍ଟି ହୋଇଥିଲା।
ଦୁଇ ଯାଆଁଳା ଭଉଣୀ ହେଉଛନ୍ତି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀ।ସେ ଦୁହିଁଙ୍କ ସହ ଏଭଳି ବର୍ବରକାଣ୍ଡ ଘଟଇବା ପରେ ଯୁବକମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାର ବେଶ୍‌ କିଛି ସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚଥିଲା। ସେତେବେଳକୁ ପୁଲିସ ପାଖକୁ ନ ଯାଇ ଦୁଇ ଯୁବତୀ ହସ୍ପିଟାଲକୁ ଯାଇଥିଲେ। ତା’ପରେ ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ପୀଡ଼ିତା ସଂପୂର୍ଣ୍ଣ ଘଟଣା ଉପରେ ବ୍ଲଗ୍‌ ଲେଖି ସୋସିଆଲ୍‌ ମିଡିଆରେ ସେଆର୍‌ କରିଲେ।

ଏହି ପୋଷ୍ଟ୍‍ ଭାଇରାଲ୍‌ ହେବାରେ ଲାଗିଲା। ତା’ପରେ ପୁଲିସ୍‌ ବାଧ୍ୟ ହୋଇ ଏକ ମାରପିଟ ମାମଲା ରୁଜୁ କରିଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ଦେଖି ଉକ୍ତ ଅସାମାଜିକ ଯୁବକମାନଙ୍କୁ ଧରିବାର ପ୍ରଚେଷ୍ଟା ଚଳାଇଛି।ପୁଲିସର ସୂଚନା ଅନୁଯାୟୀ ଦୁଇ ପୀଡ଼ିତା ଛାତ୍ରୀ ନୋଏଡା ରେ ପରିବାର ସହିତ ରହୁଛନ୍ତି।



from ଅପରାଧ – Sambad http://bit.ly/2PXobgs

Post a Comment

0Comments
Post a Comment (0)