ପାଣି ପିଇବା ବାହାନାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ପଶିଲେ ଦୁଇଜଣ ଲୋକ, ତା’ପରେ କ’ଣ କଲେ ଜାଣନ୍ତୁ

zisanmohammad
0

ଲକ୍ଷ୍ନୌ: ଇନ୍ଦିରାନଗରର ଡି ବ୍ଲକ୍‌ ଅଧିବାସୀ ଲେସାର କନିଷ୍ଠ ଯନ୍ତ୍ରୀଙ୍କୁ ଶନିବାର ରାତିରେ ଦୁଇ ଜଣ ଅସାମାଜିକ ଲୋକ ଘରେ ପଶି ଯାଇଥିଲେ। ସେମାନେ ତାଙ୍କୁ ବନ୍ଦୀ ବନାଇଥିଲେ।ତା’ପରେ ତାଙ୍କ ଘରୁ ଲୁଟ୍‌ ପାଟ୍‌ କରିଥିଲେ। ସେହି ଦୁଇ ଅସାମାଜିକ ଲୋକ ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଘରକୁ ପାଣି ପିଇବା ବାହାନାରେ ଘରେ ପଶିଥିଲେ।
ସେହି ଦୁଇ ଲୋକ କନିଷ୍ଠ ଯନ୍ତ୍ରୀଙ୍କୁ ଘରେ ବନ୍ଦୀ କରି ପଳାଇଥିଲେ। ତା’ପରେ କନିଷ୍ଠ ଯନ୍ତ୍ରୀ ଚିତ୍କାର କରିଥିଲେ।ତାଙ୍କର ପାଟିଶୁଣି ପଡୋଶୀମାନେ ସେଠାରେ ପହଞ୍ଚଥିଲେ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ମୁକ୍ତ କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି।
ଲେସାର କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ଆତିଫ୍‌ ହୁସେନ୍‌ ଅଂସାରୀ। ପରିବାରର ସମସ୍ତେ ଖଦରା ଯାଇଥିବାବେଳେ ସେ ଏକୁଟିଆ ଥିଲେ। ରାତି ପ୍ରାୟ ଆଠଟାବେଳେ ଆତିଫ୍‌ ଘରକୁ ଫେରି ତାଲା ଖୋଲିଥିଲେ। ସେହି ସମୟରେ ଦୁଇ ଅସାମାଜିକ ଯୁବକ ସେଠାରେ ତାଙ୍କୁ ପାଣି ମାଗିଥିଲେ। ସେ ଦୁହେଁ ଆତିଫ୍‌ଙ୍କୁ ବନ୍ଦୀ କରି ଆଲମାରୀର ଲକର୍‌ ଚାବିନେଇ ସେଥିରେ ଥିବା ୪ଟି ସୁନା ମୁଦି,ଚାରିଟି ସୁନା ହାର,ଦୁଇଟି ହୀରା ମୁଦି ଓ ଦୁଇଟି ଫୋନ୍‌ ଲୁଟି ନେଇଥିଲେ।



from ଅପରାଧ – Sambad http://bit.ly/2V6G1Bm

Post a Comment

0Comments
Post a Comment (0)