ସିବିଆଇ କୋର୍ଟରେ ଲାଞ୍ଚୁଆ କିରାଣି ଦଣ୍ଡିତ

zisanmohammad
0

ଭୁବନେଶ୍ବର : ୫ ବର୍ଷ ପରେ ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଲୋକନାଥ ମହାପାତ୍ର ଖଦି ଓ ଗ୍ରା‌େମାଦ୍ୟୋଗ ବୋର୍ଡର କିରାଣି କେନ୍ଦୁଝର ବ୍ରାହ୍ମଣଗାଁର ମୂଳ ବାସିନ୍ଦା ତଥା ଏବେ ଶିଶୁପାଳଗଡ଼ରେ ରହୁଥିବା ବିଭୀଷଣ ନାୟକଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତା’ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ୧୧ ଜଣ ସାକ୍ଷୀ ଓ ୮୦ କାଗଜପତ୍ର ଆଧାରରେ ଏହି ରାୟ ପ୍ରକାଶ ପାଇଛି। ଦୁର୍ନୀତି ନିରୋଧ ଆଇନ ଦଫା ୧୩(୧)(ଘ) ରେ ଏହି ଆଦେଶ ହୋଇଥିବା ବେଳେ ଦଫା ୭ରେ ୩ ହଜାର ଜରିମାନା ଓ ୬ ମାସ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଉଭୟ ଦଣ୍ଡ ସମାନ୍ତରାଳ ଭାବରେ ଚାଲିବା ପାଇଁ ଆଦେଶ ହୋଇଛି। ସୂଚନା ମୁତାବକ, ୨୦୧୩ରେ ବେଗୁନିଆଁ ବ୍ଲକ ଛତ୍ରପଡ଼ା ଗ୍ରାମର ନୀଳକଣ୍ଠ ମାନସିଂହ ପିଏମ୍‌ଇଜିପି (ପ୍ରାଇମ୍‌ମିନିଷ୍ଟର ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌) ଅଧୀନରେ ୪୯ ଲକ୍ଷ ୫୮ ହଜାର ୭୪୬ ଟଙ୍କା ଋଣ ପାଇଁ ବରମୁଣ୍ଡାରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ଆବେଦନ କରିଥିଲେ। ସେତେବେଳେ ଏଠାରେ ବିଭୀଷଣ ଅପର ଡିଭିଜନ କିରାଣୀ ଭାବରେ କାମ କରୁଥିଲେ। ସେ ଏହି ଋଣ ଫାଇଲ୍‌କୁ ବ୍ୟବସ୍ଥିତ କରିବା ପାଇଁ ନୀଳକଣ୍ଠଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ବ୍ୟଥିତ ହୋଇ ଅଗଷ୍ଟ ୪ ତାରିଖ ଦିନ ନୀଳକଣ୍ଠ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ୫ ତାରିଖ ଦିନ ଯୋଜନାବଦ୍ଧ ଭାବରେ ଚଢ଼ଉ କରି ସିବିଆଇ ଶ୍ରୀ ନାୟକଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲା। ତାଙ୍କୁ ଗିରଫ କରାଯିବା ପରେ ବିଭାଗ ତାଙ୍କୁ ଜାନୁଆରି ମାସରେ ଚାକିରିରୁ ବହିଷ୍କାର କରିଥିଲା ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା।



from ଅପରାଧ – Sambad http://bit.ly/2V4S0PZ

Post a Comment

0Comments
Post a Comment (0)