ସପ୍ତାହରେ ମାତ୍ର ଚାରି ଦିନ କାମ

zisanmohammad
0

ବର୍ଲିନ୍‌: ବିଶ୍ବର କେତେକ ଦେଶରେ ସପ୍ତାହକୁ ଚାରି ଦିନ କାମ କରିବା ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ସେଠାରେ କର୍ମଚାରୀମାନେ ଚାରି ଦିନ କାମ କରି ପାଞ୍ଚ ଦିନର ଦରମା ନେଉଛନ୍ତି। କାର୍ଯ୍ୟ ଦିବସ କମ କରିଥିବା କଂପାନିଗୁଡ଼ିକ କହିଛନ୍ତି ଯେ, ଏହା ଦ୍ବାରା କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ବଢ଼ିଛି ଓ ସେମାନେ ପୂର୍ବାପେକ୍ଷା ଅଧିକ ଉତ୍ସାହିତ ମନେ କରୁଛନ୍ତି। ଜର୍ମାନି ଓ ନ୍ୟୁଜିଲ୍ୟାଣ୍ଡ୍‌ର କିଛି କଂପାନି ସେମାନଙ୍କ କମର୍ଚାରୀଙ୍କୁ ସପ୍ତାହକୁ ଚାରି ଦିନ କାମ କରିବାର ସୁବିଧା ପ୍ରଦାନ କରିଛନ୍ତି। ଏହି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଯେବେ ଠାରୁ ଏଲଭଳି ବ୍ୟବସ୍ଥା ଆରମ୍ଭ ହୋଇ କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ବଢ଼ିଛି। ସେମା‌ନଙ୍କ ଉପରେ ରହୁଥିବା ଚାପ କମିଛି। ବ୍ରିଟେନ୍‌ର ଶ୍ରମିକ ସଂଗଠନଗୁଡ଼ିକ ମଧ୍ୟ ଦେଶରେ ସପ୍ତାହକୁ ଚାରି ଦିନ କାମ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି। ଆମେରିକା, ବ୍ରି‌ଟେନ୍‌ ଓ ଜର୍ମାନି ଭଳି ୮ଟି ଦେଶର ୩୦୦୦ କର୍ମଚାରୀଙ୍କୁ ନେଇ ନିକଟରେ ଏକ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦% ଲୋକ କହିଥିଲେ ଯେ, ଯଦି କାମରେ କୌଣସି ପ୍ରକାର ହସ୍ତକ୍ଷେପ ନହେବ ତେବେ ୮ ଘଣ୍ଟାର କାମକୁ ସେମାନେ ପାଞ୍ଚ ଘଣ୍ଟାରେ ଅତି କମରେ ଶେଷ କରିପାରିବେ।



from ବାଣିଜ୍ୟ – Sambad http://bit.ly/2CxaDVJ

Post a Comment

0Comments
Post a Comment (0)