ନିଜ ଦରମା ଟଙ୍କା ବାଣ୍ଟିଲେ ପାଟଣାଗଡ଼ ବିଧାୟକ

zisanmohammad
0

ଖପ୍ରାଖୋଲ : ନିମ୍ନମାନର ରାସ୍ତା କାମ ପାଇଁ ଯନ୍ତ୍ରୀଙ୍କୁ ଚାପୁଡ଼ା ଘଟଣା ଯୋଗୁଁ ବିବାଦରେ ଛନ୍ଦି ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏବେ ପୁଣି ଚର୍ଚ୍ଚାରେ। ଶ୍ରୀ ମେହେର ଖପ୍ରାଖୋଲ ବ୍ଲକ ମାଟିଆଭଟା ପଂଚାୟତ ସାଲେପାଲି, ପୁତୁଲାମହୁଲ, କଟାପାଲି, ମାଟିଆଭଟା, କେନ୍ଦୁଭଟା, ଅନକାମରା ଗ୍ରାମରେ ପଥପ୍ରାନ୍ତ ସଭା କରିବା ସହ ଏହି ଅଞ୍ଚଳର ୪୩ ଜଣ ଗରିବ ଅସହାୟ ଲୋକଙ୍କୁ ନିଜ ଦରମା ଟଙ୍କାରୁ ୫ ଶହ ଟଙ୍କା ଲେଖାଏଁ ସହାୟତା ବାଣ୍ଟିଛନ୍ତି। ଏଥିସହ ସବୁ ରବିବାର ସେ ଗୋଟିଏ ଲେଖାଏଁ ପଂଚାୟତ ବୁଲି ଗରିବ ଲୋକମାନଙ୍କୁ ତାଙ୍କ ଦରମା ଟଙ୍କାରୁ ସହାୟତା ବାଣ୍ଟିବେ ବୋଲି ସଭାଗୁଡ଼ିକରେ କହିଛନ୍ତି। ବିଭିନ୍ନ ପଂଚାୟତରେ ଥିବା ମୁଖ୍ୟ ସମସ୍ୟାମାନ ସମାଧାନ କରିବା ପାଇଁ ଜନ ସାଧାରଣଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/2Z1AVaq

Post a Comment

0Comments
Post a Comment (0)