ସରପଞ୍ଚଙ୍କ ସ୍ବାମୀ ଓ ସହଯୋଗୀଙ୍କୁ ଗୁଳି

zisanmohammad
0

ସୁନ୍ଦରଗଡ଼ : ମଙ୍ଗଳବାର ସନ୍ଧ୍ୟାରେ ତଳସରା ଥାନା କୁରେଇ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ପ୍ରଧାନଙ୍କ ସ୍ବାମୀ ହୃଦାନନ୍ଦ ବାରିକ (୫୮) ଓ ତାଙ୍କ ସହଯୋଗୀ ରଣଧିର ସିଂଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୩ ଜଣ ମୁଖ୍ୟାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଅତର୍କିତ ଭାବେ ଗୁଳି ଚାଳନା କରିବା ସହ ହୃଦାନନ୍ଦଙ୍କ ମୁଣ୍ଡକୁ ବନ୍ଧୁକରେ ଆଘାତ କରି ଫେରାର ହୋଇ ଯାଇଛନ୍ତି। ସେମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ହୃଦାନନ୍ଦଙ୍କ କାନମୂଳ ଓ ଅନ୍ୟ ଗୋଟିଏ ଗୁଳି ରଣଧିରଙ୍କ ପେଟରେ ଘସି ହୋଇ ଚାଲିଯିବ‌ାରୁ ଦୁହେଁ ତଳେ ପଡ଼ି ଯାଇଥିଲେ। ଆହତ ଦୁଇ ଜଣଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥ‌ମେ ସବଡେଗା ଡାକ୍ତରଖାନା ଓ ପରେ ସୁନ୍ଦରଗଡ଼ର ଏକ ଘରୋଇ ହସ୍ପିଟାଲ ‘ଆରୋଗ୍ୟ’ରେ ଭର୍ତ୍ତି କରିଥିଲେ। ଏସ୍‌ପି ସୌମ୍ୟା ମିଶ୍ର ହସ୍ପିଟାଲକୁ ଯାଇ ଆହତଙ୍କ ଅବସ୍ଥା ଦେଖିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ବି  ପୂର୍ବରୁ ସରପଞ୍ଚ ଥିବା ହୃଦାନନ୍ଦଙ୍କ ପତ୍ନୀ ଏବେ ସରପଞ୍ଚ ଥିବା  ଓ ସେ ଠିକା କାମ କରୁଥିବାରୁ ଘଟଣା ସେ ଦିଗରୁ ବି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।



from ଅପରାଧ – Sambad https://ift.tt/2KxNaYn

Post a Comment

0Comments
Post a Comment (0)