କେନ୍ଦ୍ରାପଡ଼ା‌ରେ ପୁଣି ଫୁଟିଲା ଗୁଳି : ୨ ଗୁରୁତର, ଜଣେ ବର୍ତ୍ତିଗଲେ

zisanmohammad
0

କେନ୍ଦ୍ରାପଡ଼ା/ମାର୍ଶାଘାଇ : ଆଜି ରାତି ପ୍ରାୟ ସାଢେ ୧୦ ଟାରେ ମାର୍ଶାଘାଇ ନିକଟ କଳପଡ଼ା ପୋଲ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁଇ ଆହତଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହି ଗୁଳିକାଣ୍ଡ ଘଟଣା ଆଗକୁ ଗ୍ୟାଙ୍ଗୱାର ଆଶଙ୍କା ସୃଷ୍ଟି କରିଛି। ଆହତଙ୍କ ମଧ୍ୟରେ ଜଣେ ଜେଲ୍ ଫେରନ୍ତା ଥିବା ବେଳେ ଗ୍ୟାଙ୍ଗ ବିବାଦକୁ ନେଇ ତାଙ୍କ ବିରୋଧୀ ଏଭଳି ଗୁଳିକାଣ୍ଡ କରିଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଆଜି ରାତିରେ ରଂଜନ ଭୂ୍ୟାଁ ଓ ଅଙ୍ଗୁଳାଇର ବିନୋଦ ସାହୁ ଏକ ଆପାଚି ବାଇକ୍‌ରେ ପାଟକୁରା ଥାନା ବଛରାଇ ଗ୍ରାମର ରାଜକିଶୋର ମୁଦୁଲି(ରାଜା)ଙ୍କୁ ତାଙ୍କ ଘରକୁ ଛାଡ଼ିବାକୁ ଯାଉଥିଲେ। ସେମାନେ ମାର୍ଶାଘାଇ ପଟୁ ଯାଇ କଳପଡ଼ା ପୋଲ ଉପରେ ହୋଇଥିବା ବେଳେ ଦରବଚ୍ଛା ନିକଟରୁ ପିଛା କରୁଥିବା ୩ ଜଣ ଯୁବକ ସେମାନଙ୍କୁ ସେଠାରେ ଅଟକାଇଥିଲେ। ଅଟକିବା କ୍ଷଣି ଉକ୍ତ ଯୁବକମାନେ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ବାଇକ୍‌ ଚଳାଉଥିବା ରଂଜନ ବର୍ତ୍ତି ଯାଇଥିବା ବେଳେ ରାଜାଙ୍କ ପେଟରେ ଦୁଇଟି ଓ ଆଣ୍ଠୁରେ ଗୋଟିଏ ଗୁଳି ବାଜିଥିଲା। ବିନୋଦଙ୍କ ପିଠିରେ ଗୋଟିଏ ଗୁଳି ବାଜିଥିଲା। ସେମାନେ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଖସି ପଳାଇ ଯାଇଥିଲେ। ଖବରପାଇ ପୁଲିସ ପହଞ୍ଚି ଆହତମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କୌଣସି ଏକ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ମାସେ ହେବ ଜାମିନରେ ଆସିଥିଲେ। ଏହା ପରଠାରୁ ତାଙ୍କର ବିପକ୍ଷ ଗୋଷ୍ଠୀ ରାଜାଙ୍କ ଉପରେ ନଜର ରଖି ଆସୁଥିଲେ।



from ଅପରାଧ – Sambad https://ift.tt/2yY8Xln

Post a Comment

0Comments
Post a Comment (0)