କଂସେଇଖାନାରେ ଚଢ଼ଉ, ୬ ଗିରଫ

zisanmohammad
0

ଯାଜପୁରଟାଉନ/ସଦର, : ରାସ୍ତାକଡ଼ରୁ ବସ୍ତା ବସ୍ତା ମାଂସ ଜବତ ଘଟଣାରେ ପ୍ରଶାସନ ଆଜି ସଂଧ୍ୟାରେ ଏକ ବେଆଇନ କଂ‌ସେଇଖାନା ଉପରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି।

ଆଜି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସହର ସ‌ଫେଇ ଅଭିଯାନ ଚାଲିଥିବା ବେଳେ ରାସ୍ତା କଡ଼ରୁ ପ୍ରାୟ ୨୫ ବସ୍ତା କଟାମାଂସ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁଇଟି ଟ୍ରଲି ରିକ୍ସାରେ ୨ ଜଣ ବ୍ୟକ୍ତି ମାଂସ ଭର୍ତ୍ତି ବସ୍ତା ନେଇ ଯାଉଥିବା ବେଳେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ କର୍ମୀଙ୍କୁ ଦେଖି ବିରଜା ରିଂ ବନ୍ଧ କଡ଼ରେ ଫିଙ୍ଗ ଦେଇ ଚାଲିଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ କାର୍ଯ୍ୟାଳୟକୁ ଯାଉଥିବା ଜିଲ୍ଲାପାଳ ରଂଜନକୁମାର ଦାସଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ। ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପରେ ଯାଜପୁର ଓ ପାଣିକୋଇଲି ଥାନାର ପୁଲିସ ପୌରାଞ୍ଚଳରେ ଚାଲିଥିବା ଏକ ବେଆଇନ୍‌ କଂସେଇଖାନା ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ କଂସେଇଖାନାରୁ ଏକ ଅଧାକଟା ଗୋରୁ ସହ ବହୁ ପରିମାଣର ଗୋରୁ ଚମଡ଼ାକୁ ପୁଲିସ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।



from ଅପରାଧ – Sambad https://ift.tt/2OZkETC

Post a Comment

0Comments
Post a Comment (0)