ରିଜର୍ଭ ବ୍ୟାଙ୍କ୍‌କୁ ପଚାରିଲେ ବମ୍ବେ ହାଇକୋର୍ଟ: ନୋଟ୍‌ ଓ କଏନ୍‌ର ବୈଶିଷ୍ଟ୍ୟ ବଦଳାଇ ଚାଲିଛ କାହିଁକି?

zisanmohammad
0

ମୁମ୍ବାଇ: ନୋଟ୍‌ ଏବଂ କଏନ୍‌ର ଆକାର ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟ କାହିଁକି ବାରମ୍ବାର ବଦଳାଉଛ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ଗୁରୁବାର ଦିନ ବମ୍ବେ ହାଇକୋର୍ଟ ପଚାରିଛନ୍ତି।

ନେସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ବ୍ଲାଇଣ୍ଡ୍‌ (ଏନ୍‌ଏବି)ତରଫରୁ ଫାଇଲ୍‌ ହୋଇଥିବା ଏକ ପିଟିସନ୍‌ର ଶୁଣାଣି ବେଳେ ମୁଖ୍ୟବିଚାରପତି ପ୍ରଦୀପ ନନ୍ଦରାଜୋଗ ଏବଂ ବିଚାରପତି ଏନ୍‌ ଏମ୍‌ ଜମଦରଙ୍କ ଖଣ୍ଡପୀଠ ଏ ବିଷୟରେ ଅନୁସନ୍ଧାନ କରିଥିଲେ।

ଏନ୍‌ଏବି ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା କି, ରିଜର୍ଭ ବ୍ୟାଙ୍କ ପ୍ରଚଳନ କରୁଥିବା ନୂତନ ନୋଟ୍‌ ଏବଂ କଏନ୍‌ଗୁଡ଼ିକୁ ଚିହ୍ନି ସେଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ବାରିବା ପାଇଁ ଦୃଷ୍ଟିହୀନମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ମୁଖ୍ୟ ବିଚାରପତି ନନ୍ଦରାଜୋଗ କହିଛନ୍ତି: ଆମେ ରିଜର୍ଭ ବ୍ୟାଙ୍କ୍‌ ଠାରୁ ଜାଣିବାକୁ ଚାହୁଁ ଯେ କେଉଁ କାରଣରୁ ନୋଟ୍‌ର ଆକାର ପ୍ରକାର ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟ କାହିଁକି ବଦଳାଇବାକୁ ପଡୁଛି?

ଅଦାଲତ ଆହୁରି କହିଲେ ଯେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ସେମାନଙ୍କ ମୁଦ୍ରାର ଆକାର ଏବଂ ବୈଶିଷ୍ଟ୍ୟ ଏତେ ଥର ବଦଳାଉ ନାହାନ୍ତି।

ଅଦାଲତ ସୂଚନା ଦେଲେ ଯେ ଏ ବର୍ଷ ମାର୍ଚ ମାସରେ ରିଜର୍ଭ ବ୍ୟାଙ୍କ୍‌ ଦୃଷ୍ଟିହୀନଙ୍କ ଜାଣିବାରେ ସୁବିଧା ହେବା ନିମନ୍ତେ ନୂତନ କଏନ୍‌ ପ୍ରଚଳନ କରିଥିଲା।

ଛଅ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଏକ ସତ୍ୟପତ୍ର ଦାଖଲ କରିବାକୁ ରିଜର୍ଭ ବ୍ୟାଙ୍କ୍‌କୁ ଅଦାଲତ ନିର୍ଦେଶ ଦେଇଛନ୍ତି।



from ଦେଶ- ବିଦେଶ – Sambad https://ift.tt/2OwT6ER

Post a Comment

0Comments
Post a Comment (0)