ଆଜି କୃଷ୍ଣମୂର୍ତ୍ତି ଉପସ୍ଥାପନ କରିବେ ଅର୍ଥନୈତିକ ସର୍ଭେ ରିପୋର୍ଟ

zisanmohammad
0

ନୂଆଦିଲ୍ଲୀ: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିବେ। ଏହା ହେଉଛି ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଏବଂ କୃଷ୍ଣମୂର୍ତ୍ତିଙ୍କ ପ୍ରଥମ ସର୍ଭେ ରିପୋର୍ଟ।
ଅର୍ଥନୀତିରେ ରହିଥିବା ସମସ୍ୟାକୁ ନେଇ କୃଷ୍ଣମୂର୍ତ୍ତିଙ୍କ କ’ଣ ଭାବନା ରହିଛି ଓ ସେଥିପାଇଁ ସେ କେଉଁଭଳି ସମାଧାନ ଉପସ୍ଥାପନ କରୁଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ। ପୂର୍ବରୁ ସେ ଅନେକ ମଞ୍ଚରେ ଅର୍ଥନୈତିକ ମାନ୍ଦାବସ୍ଥା, ସର୍ବନିମ୍ନ ମଜୁରି, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାରେ ସଙ୍କଟ ଏବଂ ସରକାରୀ ବ୍ୟାଙ୍କଗୁଡ଼ିକ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଏସବୁ ବିଷୟରେ ସର୍ଭେ ରିପୋର୍ଟରେ ସ୍ଥାନ ପାଇଛି ନା ନାହିଁ ତାହା ଆସନ୍ତାକାଲି ଜଣାପଡ଼ିଛି।
ମୋଦୀ ସରକାରଙ୍କ ଯୋଜନା ଓ କାର୍ଯ୍ୟଗୁଡ଼ିକୁ ସେ ଅଧିକ ସମର୍ଥନ କରୁଥିବା ବେଳେ ବହୁତ କମ୍ ସମାଲୋଚନା କରନ୍ତି। ପିଏମ୍-କିସାନକୁ ସେ ପ୍ରଶଂସା କରିଥିଲେ ମଧ୍ୟ କୃଷି କ୍ଷେତ୍ରର ରିପୋର୍ଟ କାର୍ଡକୁ ନେଇ ଖୁସି ପ୍ରକଟ କରିନଥିଲେ। ଆର୍ଥିକ ସଂସ୍ଥାଗୁଡ଼ିକର ତଥ୍ୟ ଘୋଷଣା ଆହୁରି ସ୍ପଷ୍ଟ ହେବା ଦରକାର ବୋଲି ‌ସେ ଯୁକ୍ତି ବାଢ଼ୁଥିଲେ। କୃଷ୍ଣମୂର୍ତି ଶିକ୍ଷାଦାନ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ନ୍ୟୁୟର୍କରେ ଜେପି ମୋର୍ଗାନ ପାଇଁ କାମ କରିଛନ୍ତି। ଏହା ପରେ ସେ ହାଇଦ୍ରାବାଦର ଆଇଏସ୍‌ବିରେ ଫାଇନାନ୍ସ ପ୍ରଫେସର ଭାବେ କାମ କରିଥିଲେ। ଅନେକ ସମୟରେ ରିଜର୍ଭ ବ୍ୟାଙ୍କ ଓ ସେବି ତାଙ୍କ ପରାମର୍ଶ ଗ୍ରହଣ କରିଥାନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଅଧୀନରେ ସେ ନିଜର ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ। ଏହା ବ୍ୟତୀତ ନିକଟରେ ରିଜର୍ଭ ବ୍ୟାଙ୍କରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସହ ମିଶି ସେ ସରକାରୀ ବ୍ୟାଙ୍କ ଉପରେ ଏକ ସନ୍ଦର୍ଭ ରଚନା କରିଥିଲେ। ତାଙ୍କୁ ସାଙ୍ଗମାନେ ‘ସୁବୁ’ବୋଲି ଡାକନ୍ତି। ଆସନ୍ତାକାଲିର ସର୍ଭେ ରିପୋର୍ଟରେ ସେ କ’ଣ ଉପସ୍ଥାପନ କରିବେ ତାହାକୁ ନିବେଶକ, ଷ୍ଟକ ବଜାର, ଶିଳ୍ପ ଜଗତ ଓ ବିଶେଷଜ୍ଞମାନେ ଚାହି ରହିଛନ୍ତି।



from ବାଣିଜ୍ୟ – Sambad https://ift.tt/2JA4IBB

Post a Comment

0Comments
Post a Comment (0)