
ଭୁବନେଶ୍ବର: ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଶ୍ରୀ ବାଲାଜୀ ଅଗରବତୀର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ସେ ମଧୁକୁଞ୍ଜ ଅଗରବତୀର ପ୍ରଚାର କରିବେ। କଂପାନିର ନିର୍ଦେଶକ ସଜ୍ଜନ ଅଗ୍ରୱାଲ ଓ ରାମ ଅବତାର ଅଗ୍ରୱାଲ୍ ଏବଂ ଜୁହି ଏନେଇ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଶ୍ରୀ ବାଲାଜୀର ବ୍ରାଣ୍ଡ୍ ଆମ୍ବାସାଡର ହୋଇଥିବାରୁ ଜୁହି ଆନନ୍ଦ ପ୍ରକଟ କରିଛନ୍ତି। ଜୁହିଙ୍କ ଜରିଆରେ ପ୍ରଚାର କରି କଂପାନି ନିଜର ବ୍ୟବସାୟକୁ ବହୁଗୁଣା ବଢ଼ାଇବାକୁ ଲକ୍ଷ୍ୟ ରଖିଛି।
from ବାଣିଜ୍ୟ – Sambad https://ift.tt/2JmfJpX