ପଦବି ପାଇଁ ଜିଦ୍‌ : ବି‌ଜେଡିରେ ନେତା ଥଇଥାନ ଅଡ଼ୁଆ

zisanmohammad
0

ଭୁବନେଶ୍ବର : ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍ ପାଇବାରୁ ବଞ୍ଚିତ େହାଇଛନ୍ତି ସେମାନଙ୍କୁ ପ୍ରାଥମିକତା ଦେଇ ଥଇଥାନ କରାଯିବ ନା େଯଉଁମାନେ ନିକଟରେ ହାରିଛନ୍ତି ସେମାନଙ୍କୁ ଅଗ୍ରାଧିକାର ଦିଆଯିବ?

ଏମିତି ଏକ ପ୍ରଶ୍ନ ବିେଜଡି ଶୀର୍ଷ ନେତୃତ୍ବକୁ ବିଚଳିତ କଲାଣି। କାହାକୁ ଆଗରେ ରଖି ନିଷ୍ପତ୍ତି ନିଆଯିବ, େସ େନଇ ଦ୍ବନ୍ଦ୍ବ ବଢିବାରେ ଲାଗିଛି। ହାରିଥିବା େନତାମାନେ ତୁରନ୍ତ ଥଇଥାନ ପାଇଁ ବିଜେଡି କ୍ଷମତା େକନ୍ଦ୍ର ନିକଟରେ ପ୍ରବଳ ଚାପ ସୃଷ୍ଟି କରୁଛନ୍ତି, େଯମିତିକି ପଦପଦବି ବିନା ସେମାନଙ୍କ ଜୀବନ ନିରର୍ଥକ। ଟିକେଟ୍ ପାଇନଥିବା େନତା ଅପେକ୍ଷା କରିଛନ୍ତି, ଦଳର ଶୃଙ୍ଖଳା ମାନି କାର୍ଯ୍ୟ କରିବା ପରେ ବାସ୍ତବରେ ନିଜର କଥା ରଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟ ଦେଉଛନ୍ତି ନା ସେମାନଙ୍କ ସଂପର୍କରେ ଠିକ୍ ସମୟରେ ବିଚାର କରାଯିବ େବାଲି ଦିଆଯାଇଥିବା ପ୍ରତିଶ୍ରୁତି କେବଳ ସେ ସମୟର ଆବଶ୍ୟକତା ଥିଲା? ପରେ ସମସ୍ତେ ଭୁଲିଯାଇଛନ୍ତି।

ଦଳୀୟ ଟିକେଟ୍ ପାଇବା ପାଇଁ କିମ୍ବା ମନ୍ତ୍ରୀ ପଦ ହାତେଇବାକୁ େଯତିକି ଲବି ଚାଲିଥିଲା, ଏବେ ତା’ ଠାରୁ େଢର୍ ଅଧିକ ଲବି ସରକାରୀ ସଂସ୍ଥା ଓ ପ୍ରମୁଖ ସାଂଗଠନିକ ପଦପଦବି ହାତେଇବା ପାଇଁ ଆରମ୍ଭ େହାଇଯାଇଛି। ଅନ୍ୟ ଦଳରୁ ଆସିଥିବା କିଛି ପ୍ରମୁଖ େନତାଙ୍କ ସମେତ ମହିଳା, ଯୁବ, ଛାତ୍ର ସଂଗଠନ ସହ ସଂପୃକ୍ତ େନତାମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଅତ୍ୟନ୍ତ ଗୁରୁତ୍ବ େଦଉଛନ୍ତି। ଏହି ମହଲର କହିବା କଥା େହଉଛି, ସମୟ ଥିଲା ଛାମୁଆ େନତା ଓ କର୍ମୀଙ୍କ ପାଖରେ ବିକଳ୍ପ ନ ଥିଲା। ଏବେ ସେ ପରିସ୍ଥିତି ଆଉ ନାହିଁ। ଏଭଳି ସ୍ଥିତିରେ ଯଦି ନୂଆ େନତା ଓ ପିଢ଼ି କୌଣସି କାରଣରୁ ନିରୁତ୍ସାହିତ ହୁଅନ୍ତି, ତେବେ ସାଧାରଣ ନିର୍ବାଚନର ସଫଳତା ପୌର ନିର୍ବାଚନ ବେଳକୁ େଯ ବିପରୀତ ଧାରାରେ ନ ଯିବ, ଏକଥା କିଏ କହିବ? ସେମାନେ ବିଜେପି ଶକ୍ତି ବଢାଇବାରେ ପ୍ରମୁଖ ଅସ୍ତ୍ର ପାଲଟିପାରନ୍ତି।

ପଞ୍ଚାୟତ ନିର୍ବାଚନ ଫଳାଫଳରେ ଝଟକା ପାଇବା ପରଠାରୁ ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଅଳ୍ପ କିଛି ଆସନକୁ ଛାଡ଼ିଦେଲେ କାହାକୁ କେଉଁ ଆସନରେ ପ୍ରାର୍ଥୀ କରାଯିବ, କାହାକୁ ଅନ୍ୟ ଦଳରୁ ଅଣାଯିବ, ସେ େନଇ କସରତ ଆରମ୍ଭ େହାଇଯାଇଥିଲା। ନିର୍ବାଚନ ସମୟରେ ଅନ୍ୟ କିଛି ଦଳର ନେତା ଆସି ବିେଜଡିରେ ସାମିଲ େହାଇଥିଲେ ଓ ନିର୍ଦିଷ୍ଟ କିଛି ବାଧ୍ୟବାଧ୍ୟକତା କାରଣରୁ କିଛି େନତାଙ୍କୁ ଟିକେଟ୍ ଦିଆଯାଇ ପାରିନଥିଲା। ସେତେବେଳେ ରଣନୀତିକାରମାନେ ଏମାନଙ୍କୁ ବୁଝାଇଥିଲେ େଯ ନିର୍ବାଚନ ପରିବର୍ତୀ ସମୟରେ ନିଶ୍ଚିତ ନ୍ୟାୟ ମିଳିବ।

ସାଧାରଣ ନିର୍ବାଚନ େଶଷ େହାଇଛି। ବିେଜପୁର ଆସନ ମୁଖ୍ୟମନ୍ତ୍ରୀ ଛାଡ଼ିବା ପରେ ବିେଜଡି ହାତରେ ଏବେ ୧୧୧ ସଭ୍ୟ ଅଛନ୍ତି। ଆଗକୁ ବିଜେପୁର ଆଉ ଏକ ଉପନିର୍ବାଚନ ସାମ୍ନା କରିବ ଏବଂ ବିଧାୟକ ପ୍ରାର୍ଥୀଙ୍କ ଦେହାନ୍ତ େହାଇଯିବା କାରଣରୁ ନିର୍ବାଚନ େହାଇନଥିବା ପାଟକୁରା ଆସନରେ ମତଦାନ କରାଯିବ।

ଏପଟେ ନୂଆ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ପ୍ରାୟତଃ ବଦଳି େଶଷ େହାଇଛି। ରଥଯାତ୍ରା ପରେ ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ ହେବ। େଯ କୌଣସି ମୁହୂର୍ତରେ ସଚିବସ୍ତରୀୟ ବଦଳି ନିର୍ଦେଶନାମା ଜାରି ହୋଇପାରେ।

ଏଭଳିସ୍ଥଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ରାଜ୍ୟ ମହିଳା କମିସନ, ରାଜ୍ୟ େଯାଜନା େବାର୍ଡ, ସମାଜ ମଙ୍ଗଳ େବାର୍ଡର ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦ ପଦବି କାହାକୁ ମିଳିବ? ହାଉସିଂ େବାର୍ଡ, ଖଦି େବାର୍ଡ, କତା ଶିଳ୍ପ ନିଗମ ଆଦିରେ କିଏ ଥଇଥାନ ହେବେ? ଏଭଳି ପାଖାପାଖି ୩୦-୩୫ଟି ପଦବି ପାଇଁ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଏବେ ବେଶ୍ ଗରମ ରହିଛି।

ଗତ ନିର୍ବାଚନରେ ପରାଜୟ ବରଣ କରିଥିବା କିଛି େନତା ରାଜ୍ୟସଭା ପାଇଁ ଲବି କରୁଥିଲେ। ବିଫଳ ହେବା ପରେ ସବୁ ପ୍ରମୁଖ ବା ଲାଭଜନକ ସଂସ୍ଥା ପାଇଁ କସରତ ଚଳାଇଛନ୍ତି। କାର୍ପଟଦାରମାନଙ୍କୁ ପ୍ରଭାବିତ କରିବା ଲାଗି କୌଣସି ସୁେଯାଗ ହାତଛଡ଼ା କରୁନାହାନ୍ତି। ଉପକୂଳ ଅଞ୍ଚଳର ଜଣେ ମହିଳା େନତ୍ରୀ ମହିଳା କମିସନ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ େହଉଥିବା କହି ବୁଲୁଛନ୍ତି।

ଦଳର ଜଣେ ବରିଷ୍ଠ େନତାଙ୍କର କହିବା କଥା, ଆସନ୍ତା ବର୍ଷ ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ଏଥର ଭଳି ସେବେ ବି ବିଜେପି େଗାଟିଏ ଆସନ ହାତେଇବ। ବିଭିନ୍ନ କାରଣରୁ ଦଳର ପାଖାପାଖି ୫୦ରୁ ଅଧିକ େନତାଙ୍କୁ ପାଇଁ କିଛି ନା କିଛି େଗାଟାଏ ପଦବି ଦେବା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏଣୁ ନିଗମ ଉପରେ ସମସ୍ତଙ୍କ ଚାପ ରହିବ। ଯଦି ବିଧାନ ପରିଷଦ ଅନୁମୋଦନ ଲାଭ କରେ, ତେବେ ବର୍ଷେ ପରେ କିଛି େନତାଙ୍କ ଅସନ୍ତୋଷକୁ ପ୍ରଶମିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରେ।

ପଦପଦବି ଆଶାୟୀ ଥିବା ଅନ୍ୟ ଜଣେ େନତା ନାଁ େଗାପନ ସର୍ତ୍ତରେ କହିଛନ୍ତି, ଦଳ କିଛି େନତାଙ୍କୁ ମାତ୍ରାଧିକ ଗୁରୁତ୍ବ େଦଉଛି ଓ ଆଉ କେତେ ଜଣ ସବୁବେଳେ ଅବହେଳିତ େହଉଛନ୍ତି। କିିଛି େନତା ପଦପଦବିରେ ଥିଲେ, ପରେ ତାଙ୍କୁ ଟିକେଟ୍ ଦିଆଗଲା। ସେମାନେ ହାରିଲା ପରେ ତାଙ୍କୁ ପୁଣି ନିଯୁକ୍ତି କାହିଁକି? ଯଦି ଅନ୍ୟମାନଙ୍କର ଆବଶ୍ୟକତା ନାହିଁ, ତେବେ ସ୍ପଷ୍ଟ କରିଦିଆଯାଉ।

ସେପଟେ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟାନ୍ୟ ଛାମୁଆ ସଂଗଠନ େନତୃତ୍ବ ବଦଳିବା ସମ୍ଭାବନା ଅଧିକ। ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ମଧ୍ୟ ବଦଳିବେ। ଦଳର ସାଂଗଠନିକ ସ୍ତରରେ ବଡ଼ ପରିବର୍ତନ କରାଯାଇ ଉପସଭାପତି, ସାଧାରଣ, ସଂପାଦକମାନଙ୍କର ପରିବର୍ତନ େହାଇପାରେ। ଏଥର ଦଳକୁ ଅଧିକ ସଶକ୍ତ କରାଯିବ ଓ କ୍ଷମତା ସହିତ କିଛି ବରିଷ୍ଠ େନତାଙ୍କୁ ନିଯୁକ୍ତି ଦେବା ଲାଗି ବିଚାର ଚାଲିଛି।

ଉଲ୍ଲେଖଯୋଗ୍ୟ, ମହିଳା କମିସନ ଅଧ୍ୟକ୍ଷା ପଦବି ଦୀର୍ଘ ଦିନ ହେଲା ଖାଲିପଡ଼ିଛି। ଏହି ପଦବି ଦାୟିତ୍ବରେ ଏବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଅଛନ୍ତି। ରାଜ୍ୟ ସମାଜ ମଙ୍ଗଳ େବାର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ ବିଧାନସଭାକୁ ନିର୍ବାଚିତ େହାଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ମଧ୍ୟ ବିଧାନସଭାର ସଭ୍ୟ। ରାଜ୍ୟ େଯାଜନା େବାର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସ ବିଧାନସଭାକୁ ନିର୍ବାଚିତ େହାଇଛନ୍ତି।



from ରାଜନୀତି – Sambad https://ift.tt/2xrbaVG

Post a Comment

0Comments
Post a Comment (0)