
ଭୁବନେଶ୍ୱର : ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ୧୨ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଯୁବକ ହେଲା, ସାଲିଆ ସାହି ଆଦିବାସୀ ଗାଁର ଦିଲ୍ଲୀପ ବରାଳ। ଗତ ରାତିରେ ତା’ ପାଖକୁ ବାହାରୁ ଗଞ୍ଜେଇ ଆସିଥିବା ଖବର ମିଳିଥିଲା। ଆଜି ଅପରାହ୍ଣରେ ସେ ଏ ସବୁକୁ ଖୁଚୁରା ଦୋକାନୀଙ୍କ ପାଖକୁ ନେବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା।
ଚଳନ୍ତା ଅଟୋରୁ ଝାମ୍ପିନେଲା ମୋବାଇଲ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଚଳନ୍ତା ଅଟୋରୁ ମୋବାଇଲ ଝାମ୍ପିନେବା ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ୟୁନିଟ-୪ ରାମପୁର ବସ୍ତିର ମୁନା ଦିଗାଲକୁ ଗିରଫ କରିଛି। ତା’ ଠାରୁ ଛିନ୍ତାଇ ହୋଇଥିବା ମୋବାଇଲ ଜବତ କରାଯାଇଛି। ଶନିବାର ସନ୍ଧ୍ୟାରେ ଏୟାରପୋର୍ଟ ଥାନା ଅଧୀନ ଭୀମପୁର ଅଞ୍ଚଳର ସୁଶାନ୍ତ ମହାଳିକ ମାଷ୍ଟରକ୍ୟାଣ୍ଟିନ୍ରୁ ଅଟୋରେ ଘରକୁ ଯାଉଥିବା ବେଳେ ମୁନା ତାଙ୍କ ପକେଟ୍ରୁ ମୋବାଇଲ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲା। ଅଭିଯୋଗ ହେବା ପରେ ମୋବାଇଲ ଟ୍ରାକିଂ କରି ଖାରବେଳ ନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
୧୨ ଲକ୍ଷ ଟଙ୍କାର ଜିଆଇ ପାଇପ୍ ଚୋରି
ବାଲିପାଟଣା : ବାଲିପାଟଣା ଅଞ୍ଚଳର ଠିକାଦାର ରମାକାନ୍ତ ପଣ୍ଡାଙ୍କ ପ୍ରାୟ ୨୦୦ ଜିଆଇ ପାଇପ୍ ଶନିବାର ରାତିରେ ଚୋରି ହୋଇଯାଇଛି। ଏ ସମ୍ପର୍କରେ ତାଙ୍କ ମ୍ୟାନେଜର ସୁନୀଲ ନାୟକ ବାଲିପାଟଣା ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଠିକାଦାର ଶ୍ରୀ ପଣ୍ଡା ସ୍ଥାନୀୟ ଶିରିପୁର ଛକରେ ଜିଆଇ ପାଇପ୍ ରଖିଥିଲେ। କେହି ଦୁର୍ବୃତ୍ତ ଟ୍ରକ୍ ଲଗାଇ ପାଇପ୍ ଚୋରି କରିନେଇଛି। ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଏତଲାରେ ଦର୍ଶାଯାଇଛି।
from ଅପରାଧ – Sambad https://ift.tt/2ylxTTI