ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ମା’ ଝିଅଙ୍କୁ ନିସ୍ତୁକ ମାଡ଼

zisanmohammad
0

ପାଟନା : ବିହାରର ବୈଶାଳୀ ଜିଲ୍ଲା ସ୍ଥିତ ବିହାରୀ ଗ୍ରାମରେ ଏକ ଅମାନବୀୟ ଘଟଣା ଘଟିଛି। ୪୮ ବର୍ଷୀୟା ଜଣେ ମହିଳା ଏବଂ ତାଙ୍କ ନବବିବାହିତା ୧୯ ବର୍ଷୀୟା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଜଣେ ସ୍ଥାନୀୟ ୱାର୍ଡ କାଉନ୍‌ସିଲର। କିନ୍ତୁ ମା’ ଝିଅ ଏହାର ବିରୋଧ କରିବାରୁ କାଉନସିଲର ଏବଂ ତାଙ୍କର ଜଣେ ସହଯୋଗୀ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଏବଂ ସେମାନଙ୍କୁ ଲଣ୍ଡା କରି ଗାଁ ସାରା ବୁଲାଇଛନ୍ତି। ଅଭିଯୁକ୍ତ ୱାର୍ଡ କାଉନସିଲର ମହମ୍ମଦ ଖୁର୍ସିଦ, ଜଣେ ବାରିକ ଏବଂ ଅନ୍ୟ ୩ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି। ଉକ୍ତ ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭଗୱାନପୁର ଥାନାର ଏସ୍‌ଏଚଓ ସଂଜୟ କୁମାର ଏଭଳି ଘଟଣା ଘଟିଥିବା ସ୍ପ‌ଷ୍ଟ କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି। ସଂଜୟଙ୍କ କହିବା ଅନୁଯାୟୀ ପ୍ରାୟ ୬ ଜଣ ବ୍ୟକ୍ତି ନବବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କ ମା’ ଏହାର ବିରୋଧ କରିବାରୁ ଅଭିଯୁକ୍ତମାନେ ଉଭୟ ମା’ ଏବଂ ଝିଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଏକ ବାରିକକୁ ଡାକି ସେମାନଙ୍କୁ ଲଣ୍ଡା କରି ରାସ୍ତାରେ ବୁଲାଇଥିଲେ।



from ଅପରାଧ – Sambad https://ift.tt/2JqaZ2H

Post a Comment

0Comments
Post a Comment (0)