ଲାଞ୍ଚ ନେଇ ଧରାପଡ଼ିଲେ ହିସାବରକ୍ଷକ, ଏଏସ୍‌ଆଇ

zisanmohammad
0

ବଲାଙ୍ଗୀର/ପାଇକସାହି : ଲାଞ୍ଚ ନେଇ ଆଜି ବଲାଙ୍ଗୀର ବନ ବିଭାଗ ଡିଏଏଫ୍‌ଓ ଅଫିସ୍‌ର କନିଷ୍ଠ ହିସାବ ରକ୍ଷକ କାଳିନ୍ଦୀ ଚରଣ ଭୂୟାଁ ଓ ଟାପଢୋଲ ଫାଣ୍ତି ଅଧିକାରୀ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇଟି ପୃଥକ ଘଟଣାରେ ଭିଜିଲାନ୍ସ ଟିମ୍‌ ଦୁହିଁଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ବଲାଙ୍ଗୀର ନିକଟ ମାଧିଆପାଲି ଗାଁର ୬ ଜଣ ଚାଷୀ ନିଜ ଜମିରେ ଥିବା ଚାକୁଣ୍ଡା ଗଛ ବିକ୍ରି କରିବା ପାଇଁ ବନ ବିଭାଗର ଅନୁମତି ଲୋଡ଼ିଥିଲେ। ଏହି ଅନୁମତି ପାଇଁ ଶ୍ରୀ ଭୂୟାଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତ‌େର ଧରାପଡ଼ିଥିଲେ। ସେହିଭଳି, ଏକ କେସ୍‌ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟାପଢୋଲ ଫାଣ୍ତି ଅଧିକାରୀ ଶ୍ରୀ ବେହେରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅନୁଗୁଳ ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ଭିଜିଲାନସ ଟିମ୍ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି।



from ଅପରାଧ – Sambad https://ift.tt/2Yfxspb

Post a Comment

0Comments
Post a Comment (0)